ଚୁଡ଼ଙ୍ଗବସ୍ତିରୁ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାରଙ୍ଗ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମ ମୁଣ୍ଡତାରିଣୀ ମନ୍ଦିର ପାଖ ଚୁଡ଼ଙ୍ଗବସ୍ତିରୁ କିଛିଦିନ ତଳେ ମଣ୍ଟୁ ମଣ୍ଡଳଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏହି ଘଟଣାର ମୁଖ୍ୟଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ରାଜା ଓରଫ ଶୁଭ୍ରାଂସୁ ଷଡ଼ଙ୍ଗୀ। ତେବେ ପୋଲିସ ତାଙ୍କୁ ପଚରାଉଚରା ଜାରିରଖିଥିବା ଜଣାପଡ଼ିଛି।