ଚିଲିକା ସେଲ୍‌ଡକ୍‌ ଫକ୍‌ କାର୍ନିଭାଲ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ବାଲୁଗାଁ,୯ା୧୨ (ଡି.ଏନ.ଏ.): ଓଡ଼ିଶାର ସଂସ୍କୃତି ଓ ଲୋକକଳାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ଥାନୀୟ ବଡ଼କୁଳସ୍ଥିତ ଚିଲିକା ତଟଦେଶରେ ଅବସ୍ଥାପିତ ଓଡ଼ି ଆର୍ଟ ମ୍ୟୁଜିୟମ୍‌ ପରିସରରେ ଶନିବାରଠାରୁ ୫ଦିନ ବ୍ୟାପୀ ଚିଲିକା ସେଲ୍‌ଡକ୍‌ ଫକ୍‌ କାର୍ନିଭାଲ ଆରମ୍ଭ ହୋଇଛି ା ସନ୍ଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଭିନ୍ନ ଦିବସରେ ଆନ୍ତଃରାଜ୍ୟ ଲୋକକଳା ନୃତ୍ୟ ଓ ସଂଗୀତ ସହିତ ସ୍ଥାନୀୟ ଅଞ୍ଚଳର ପରମ୍ପରାକୁ ଉଜ୍ଜୀବିତ ଉଦ୍ଦେଶ୍ୟରେ ପିଠା ଓ ନୌଚାଳନା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରବିବାର ପୂର୍ବାହ୍ନରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ପାନ୍ଥନିବାସ ଜେଟିଠାରୁ ଜଟିଆନାସୀ ପାହାଡ଼ ମଧ୍ୟରେ ନୌଚାଳନା ପ୍ରତିଯୋଗିତା ହୋଇଥିଲା ା ଦିନତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ଯୁବତୀଯୁବକଙ୍କୁ ନେଇ ମିଷ୍ଟର ଓ ମିସେସ୍‌ ଚିଲିକା ପ୍ରତିଯୋଗିତା କରାଯାଇଥିଲା। ଜଜ୍‌ ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ା ସମ୍ବଲପୁରୀ ରଙ୍ଗଶାଳା ଗ୍ରୁପ୍‌ ପକ୍ଷରୁ ରଙ୍ଗବତୀ ଗୀତ ଓ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳ ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ା