ଚିଲିକାରେ ବାର୍ଡ ଫ୍ଲୁ ଆଶଙ୍କା: ବିଦେଶୀ ପକ୍ଷୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ

ବାଲୁଗାଁ,୨୯ା୧ (ଡି.ଏନ.ଏ.): ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା କରି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇବା ସହ ତଟାଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ସକାଳୁ ବାଲୁଗାଁ ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ମିଳିତ ଭାବେ ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରୁ ଅସୁସ୍ଥ ଦୃଷ୍ଟିଗୋଚର ହେଉଥିବା ତିନିଗୋଟି ବିଦେଶାଗତ ପକ୍ଷୀଙ୍କ ସ୍ବାବ୍‌ ତଥା ରକ୍ତ, ଲାଳ ଓ ମଳ ଆଦି ୬ଟି ନମୁନା ସଂଗ୍ରହ କରିଛନ୍ତି ା ଏଥିସହ ପକ୍ଷୀଙ୍କ ବାସସ୍ଥାନ ଅଞ୍ଚଳରୁ ମଧ୍ୟ ପରିବେଶ ଭିତ୍ତିକ ଜଳ, ଦଳ ଓ ପଙ୍କ ଆଦି ୯ଟି ନମୁନା ସଂଗ୍ରହ କରାଯାଇଛି। ଏହାକୁ କଟକ ଫୁଲ୍‌ନଖରାସ୍ଥିତ ପ୍ରାଣୀରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି ା ସେଠାରୁ ଆବଶ୍ୟକ ପଡିଲେ ଭୋପାଳସ୍ଥିତ ଆନିମଲ୍‌ ଡିଜିଜ୍‌ ରିସର୍ଚ୍ଚ ସେଣ୍ଟରକୁ ପୁନଃ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର କୁମାର ସୋଲାଙ୍କି ପ୍ରକାଶ କରିଛନ୍ତି ା ତେବେ ବାର୍ଡ ଫ୍ଲୁ ଆଶଙ୍କା ନେଇ ଚିଲିକା ତଟବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଥିପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ତଟାଞ୍ଚଳ କୁକୁଡା ଫାର୍ମଗୁଡିକ ଉପରେ ନଜର ରଖାଯିବା ସହ ଚିଲିକାରେ ମୃତ କିମ୍ବା ଅସୁସ୍ଥ ପକ୍ଷୀ ଦେଖାଦେଲେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଛି ା
‘ଏଚ୍‌-୫ ଏନ୍‌-୧’ ଭୂତାଣୁ ହେଉଛି ବାର୍ଡ ଫ୍ଲୁ ା ବିଶେଷ କରି ଶୀତଦିନେ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଏହି ଭୂତାଣୁର ବାହକ। ପରବର୍ତ୍ତୀ ସମୟରେ ସଂକ୍ରମିତ ପକ୍ଷୀଙ୍କ ଶରୀରରୁ ଏହି ଭୂତାଣୁ କୁକୁଡା, କାଉ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ବ୍ୟାପିଥାଏ। ବର୍ତ୍ତମାନ ସମଗ୍ର ଚିଲିକାରେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା ଦୃଢୀଭୂତ ହୋଇଛି ା ମୁଖ୍ୟତଃ ବାର୍ଡ ଫ୍ଲୁରେ ଆକ୍ରାନ୍ତ ପକ୍ଷୀଙ୍କ ନାକ ଓ ଥଣ୍ଟରୁ ଲାଳ ସଦୃଶ୍ୟ ତରଳ ପଦାର୍ଥ ନିର୍ଗତ ହୋଇଥାଏ ା ଏଥିସହ ପତଳା ମଳତ୍ୟାଗ କରି ପକ୍ଷୀ କ୍ରମଶଃ ଦୁର୍ବଳ ହୋଇପଡନ୍ତି ଏବଂ ଖଣ୍ଡିଉଡା ଦେଇ କିଛିଦିନ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି ା
ଗତ ୩ମାସ ମଧ୍ୟରେ ଅର୍ଥାତ୍‌ ନଭେମ୍ବର, ଡିସେମ୍ବର ଓ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ବାର୍ଡ ଫ୍ଲୁ ସନ୍ଦେହରେ ୩ଟି ପର୍ଯ୍ୟାୟରେ ମୋଟ ୩୫ଟି ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏଥିସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଏହି ୩ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଫାର୍ମରୁ କୁକୁଡା, ବତକ ଓ ଦେଶୀୟ ପକ୍ଷୀଙ୍କଠାରୁ ୧୨୨୫ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଏ ସଂକ୍ରାନ୍ତୀୟ ପଜିଟିଭ୍‌ ରିପୋର୍ଟ ଆସି ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ପଚାରିବାରୁ ଅଦ୍ୟାବଧି ଚିଲିକାରେ ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁର କୌଣସି ସଙ୍କେତ ମିଳିନାହିଁ ା ତଥାପି ଏଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି ା ପର୍ଯ୍ୟାୟକ୍ରମେ ପକ୍ଷୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri