ଚିଲିକାରେ ଘେରି ଉଚ୍ଛେଦକୁ ବିରୋଧ: ପେସାଦାର ମତ୍ସ୍ୟଜୀବୀଙ୍କ ଧାରଣା ୮ମ ଦିନରେ

କୃଷ୍ଣପ୍ରସାଦ,୩ା୧୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ କରି ଚିଲିକା ଦ୍ୱୀପାଞ୍ଚଳ ପେସାଦାର ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ଚାଲିଥିବା ଧାରଣା ସୋମବାର ୮ମ ଦିନରେ ପହଞ୍ଚତ୍ଛି। ୮ଦିନ ପରେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି। ଅନ୍ୟପକ୍ଷେ ଆନ୍ଦୋଳନରେ ଅଞ୍ଚଳବାସୀ ସାମିଲ ହୋଇଥିବାରୁ ଜମିରେ ପାଚିଥିବା ଧାନ ଫସଲ ନଷ୍ଟ ହେବାକୁ ବସିଛି। ବାର୍‌ହା ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ଶ୍ରମିକମାନେ ମଧ୍ୟ କାମଧନ୍ଦାକୁ ଯାଇପାରୁ ନାହାନ୍ତି। ପେସାଦାର ମତ୍ସ୍ୟଜୀବୀ ମହାସଂଘ ସଭାପତି କେଳୁ ଚରଣ ଜେନା, ସମ୍ପାଦକ କବିରାଜ ମାଝି, ୩୫ ମୌଜା ସଭାପତି ଦାମୋଦର ବିଶ୍ୱାଳ, ସୁରେନ୍ଦ୍ର ନାଥ ମାଝି, ଦୀନବନ୍ଧୁ ଜେନା, ହେମନ୍ତ କୁମାର ଜେନା,ଏକାଦଶୀ ଜେନା, ଶ୍ରୀଧର ପଲେଇ, ମହେଶ୍ୱର ଜେନା, କେଦାର ନାଥ ସାହୁ, ହେମନ୍ତ ପଣ୍ଡା, ସୁକାନ୍ତ ମହାପାତ୍ର, ଶରତ ଚନ୍ଦ୍ର ଜେନା, ହିରଣ୍ୟ କୁମାର ଜେନା, ବିଦ୍ୟାଧର ପଲେଇ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ସରକାର ଖୁବ୍‌ ଶୀଘ୍ର ଘେରି ଉଚ୍ଛେଦ ବନ୍ଦ କରିବାକୁ ନିର୍ଦ୍ଦେଶ ନ ଦେଲେ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ରାସ୍ତାରୋକୋ କରାଯିବ।