Categories: ଜାତୀୟ

ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ

ଶାହଜାହାନପୁର,୨୫।୯: ପୂପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଏସ୍‌ଆଇଟି ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। ଚିନ୍ମୟାନନ୍ଦଙ୍କଠାରୁ ୫ କୋଟି ଟଙ୍କା ମାଗିବା ଅଭିଯୋଗରେ ପୋଲିସ ପୀଡ଼ିତା ଏବଂ ତାଙ୍କ ଅନ୍ୟ ୩ ସହଯୋଗୀଙ୍କ ବିରୋଧରେ ମାମଲା ଦାଏର କରିଥିଲା। ଏସ୍‌ଆଇଟି ପୀଡ଼ିତାଙ୍କ ସହଯୋଗୀ ବିକ୍ରମ ଏବଂ ସଚିନଙ୍କୁ ରିମାଣ୍ଡ୍‌ରେ ନେଇଛି। ଅଦାଲତ ପକ୍ଷରୁ ଏସ୍‌ଆଇଟିକୁ ୯୫ ଘଣ୍ଟାର ରିମାଣ୍ଡ୍‌ ଦିଆଯାଇଛି। ସହଯୋଗୀ ଗିରଫ ହେବାପରେ ଛାତ୍ରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଥିଲା।

Share