ଚିନ୍ତା ବଢାଉଛି ଧରାବି

ମୁମ୍ବାଇ,୨୪।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଲାଣି। ତେବେ ମହାରାଷ୍ଟ୍ରରେ ଅନ୍ୟସ୍ଥାନ ଅପେକ୍ଷା ଧରାବିର ସଂକ୍ରମଣ ଏବେ ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। ଶୁକ୍ରବାର ସୁଦ୍ଧା ଧରାବିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୦ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ। ଏହାକୁ ଦେଖିବା ପରେ ଧରାବିରେ ଏହା ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଏହାସହ ଧରାବିରେ କରୋନା ପ୍ରଥମ କରି ଥାର୍ଡ ଷ୍ଟେଜକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି।

Share