ଚିନ୍ତା ବଢ଼ାଉଛି ଗଞ୍ଜାମ: ଶେରଗଡ଼ରେ ସରପଞ୍ଚମାନଙ୍କ ସହ ୫-ଟି ସଚୀବଙ୍କ ସମୀକ୍ଷା; କହିଲେ ‘୩୦ ତାରିଖ ଯାଏ ଅପେକ୍ଷା କର’

ଶେରଗଡ଼,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲାରେ ପ୍ରସ୍ତୁତି ଏବଂ କାମ ଠିକ୍‌ ଭାବେ ଚାଲିଛି। ମେ ୩୦ ତାରିଖ ପରେ ସବୁ ଠିକ ହୋଇଯିବ ବୋଲି ୫ଟି ସଚିବ କହିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,୫-ଟି ସଚିବ ପାଣ୍ଡିଆନ, ଉନ୍ନୟନ କମିଶନର ମହାପାତ୍ର ହେଲିକପ୍ଟର ଯୋଗେ ଗଜପତିରୁ ଶେରଗଡ଼ ମହାତ୍ମାଗାନ୍ଧୀ ଖେଳ ପଡ଼ିଆରେ ଓହ୍ଲାଇ ଥିଲେ। ପରେ କାର ଯୋଗେ ବ୍ଲକ ସଭା ଗୃହରେ ପହଞ୍ଚି କରୋନା ମୁକିବିଲା ନେଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଶେରଗଡ଼ ବ୍ଲକରେ ଥିବା ୫୮ଟି କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ଅବସ୍ଥା ବିଷୟରେ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ପଚାରି ବୁଝିଥିଲେ। କେନ୍ଦ୍ରମାନଙ୍କରେ ପରିଚାଳନା ବ୍ୟବସ୍ଥା ଠିକ ଚାଲିଥିବା କଥା ସମୀର ପ୍ରଧାନ କହୁଥିଲେ। ଏହାପରେ ସମସ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ପରିଚାଳନାଗତ ସମାସ୍ୟା ଉପରେ ସରପଞ୍ଚ ମାନଙ୍କୁ ପଚାରିଥିଲେ। ଆପଣମାନଙ୍କ ପାଇଁ ହିଞ୍ଜଳିିଠାରେ କୋଭିଡ୍‌ ହସ୍ପିଟାଲ ବ୍ୟବସ୍ଥା କରାଯାଉଛି। ଅତିଶିଘ୍ର ତାହା କାର୍ଯ୍ୟକ୍ଷମ ହେବ। ବ୍ଲକର ଲୋକମାନେ ଘରେ ରୁହନ୍ତୁ। ସରକାରଙ୍କ ନିୟମ ମାନନ୍ତୁ। ଆଉ ୩୦ଦିନ ମଧ୍ୟରେ ଓଡ଼ିଶାର ଅବସ୍ଥା ଠିକ ହୋଇ ଯିବ। ଉପସ୍ଥିତ ସରପଞ୍ଚମାନେ କାମ ଠିକ କରନ୍ତୁ। ଆପଣଙ୍କ ପଞ୍ଚାୟତର ସୁରକ୍ଷା ଆପଣଙ୍କ ହାତରେ ବୋଲି କହିଥିଲେ । ସରପଞ୍ଚମାନେ ଗୋଟିଏ ଗୋଟିଏ ଯୋଦ୍ଧା। ଏଣୁ ଆପଣଙ୍କ ହାତରେ ଆମେ କ୍ଷମତା ଦେଇଛୁ। ତାର ସଠିକ ଉପଯୋଗ କରନ୍ତୁ। ସରକାର ଏଦିଗରେ ଆପଣଙ୍କ ନାଁରେ ୫୦ଲକ୍ଷର ବୀମା ଘୋଷଣା କରିଛନ୍ତି ଅଧିକାରୀମାନେ କହିଥିଲେ। ସେହିଭଳି ଉପସ୍ଥିତ ନେତା ଓ ଅଧିକାରୀ ମାନଙ୍କୁ କରୋନା ମୁକାବିଲାରେ ଠିକ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri