ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ ପାଳନ ସମୟରେ ଆଦିବାସୀମାନେ ବିଭିନ୍ନ ବଣ ଜଙ୍ଗଲରୁ ପଶୁ ଶିକାର କରିଥାନ୍ତି। ଏହାକୁ ଆଦିବାସୀ ଭାଷାରେ ବେଣ୍ଟ ବୋଲି କୁହାଯାଏ। ଚଇତି ପରବର ଶେଷ ୧୫ ଦିନ ଆଦିବାସୀମାନେ ଖଣ୍ଡା, ବର୍ଛା, ଟାଙ୍ଗିଆ, ଛୁରି, ଧନୁତୀର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥାନ୍ତି ଓ କୌଣସି ପଶୁ ନ ମାରିବା ଯାଏଁ ସେମାନେ ଘରକୁ ଫେରନ୍ତି ନାହିଁ।
ବୁଧବାର ଏକ ଜଙ୍ଗଲି  କୁଟ୍‌ରା ମାରି ଜୟପୁର ଅଞ୍ଚଳର କେତେକ ଯୁବକ କାନ୍ଧରେ ଭାର କରି ନେଉଥିବା ଦେଖିବାକୁ ମିଳିଥିଲା। ସୂତ୍ର ଅନୁଯାୟୀ, ଗତ ବର୍ଷ ଚଇତି ପାଳନ ସମୟରେ ଜିଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୫ ଶହ ବାର୍‌ହା, ୩୦ ଝିଙ୍କ, ବଜ୍ରକାପ୍ତା, ୪୦ ସମ୍ବର, ୨୦୦ କୁଟ୍‌ରା ସହ ଅନ୍ୟ ବହୁ ବିରଳ ପଶୁ ଶିକାର କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ପଶୁ ଶିକାର ଜାରି ରହିଛି। ଶିକାର ପାଇଁ ପ୍ରଥମେ ସେମାନେ ଜଙ୍ଗଲକୁ ଚାରିପଟେ ନିଆଁ ଲଗାଇ ପଶୁକୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଏହାପରେ ସେମାନଙ୍କୁ ଶିକାର କରାଯାଏ। ଏଭଳି ଜଙ୍ଗଲ ପୋଡ଼ି ଓ ଅବାଧ ପଶୁ ଶିକାର ଜାରି ରହିଲେ ଆଉ କେଇ ବର୍ଷ ମଧ୍ୟରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ପରମ୍ପରା ଭିତରେ ଏଭଳି ଜାରି ରହିଛି। ସେମାନଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଏ ନେଇ ପରିବେଶବିତ୍‌ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷରେ ଆଦିବାସୀ ଶୀକାର କରୁଥିବା ପଶୁଙ୍କ ଚମଡ଼ା, ଶିଙ୍ଗ ଓ ନଖକୁ ସରକାରୀ ଅଧିକାରୀ ଓ କର୍ମଚାରୀ କମ୍‌ ମୂଲ୍ୟ ଦେଇ କିଣୁଥିବା ଅଭିଯୋଗ ହୋଇଛି। ୧୯୭୨ ବନ୍ୟପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ  ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି। ଏ ସମ୍ପର୍କରେ ଜୟପୁର ଡିଏଫ୍‌ଓ ଅଶ୍ୱିନୀ କୁମାର କରଙ୍କୁ ପଚାରିବାରୁ ସେ କହିଥିଲେ, ଆଦିବାସୀଙ୍କ ପରମ୍ପରା ବୋଲି ସେମାନେ ପଶୁ ହତ୍ୟା କରୁଛନ୍ତି ା କିନ୍ତୁ ଏହା ଦଣ୍ଡନୀୟ ଅପରାଧ। ତେବେ ସେମାନେ ଏପରି ନ କରିବା ପାଇଁ ସଚେତନ କରାଯାଉଛି ା ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ବିଭାଗ ପଦକ୍ଷେପ ନେଉଛି। ଜଙ୍ଗଲର ପଶୁପଷୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...

୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri