ଚିନ୍ତାରେ ମାଟି କାରିଗର,ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ

ଯାଜପୁର ଅଫିସ,୧୭-୯- ଗଣେଶ ପୂଜା ପରେ ଶିଳ୍ପ ସମୃଦ୍ଧ, ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପାର୍ବଣ ଋତୁ ଆରମ୍ଭ ହୋଇସାରିଛି ମଙ୍ଗଳବାର କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ବିଶ୍ୱ ନିର୍ମାତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହେବାକୁ ଯାଉଛି। ଏହି ପୂଜା ପାଇଁ ବର୍ତ୍ତମାନ ସହରର ଚାରିଆଡେ ଅଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଓ ଭକ୍ତିଭାବରେ ଭକ୍ତ ନିଜକୁ ସମର୍ପିତ କରିବାକୁ ତପତ୍ର ରହିଛନ୍ତି। ଦେବଶିଳ୍ପୀଙ୍କ ମୂର୍ତ୍ତି ଓ ତୋରଣ ସାଜସଜ୍ଜାକୁ ଆକର୍ଷଣୀୟ କରିବା ପାଇଁ ନିୟୋଜିତ କାରିଗରମାନେ ଲାଗି ପଡିଛନ୍ତି। ଏହିକ୍ରମରେ ଯାଜପୁରରୋଡ ଗଣେଶ ମାର୍କେଟସ୍ଥିତ ଏକ ମୂର୍ତ୍ତି କାରିଗର ଦୋକାନରେ ଦେବଶିଳ୍ପୀଙ୍କ ମୂର୍ତ୍ତି କିଣିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଯାଜପୁର ଜିଲା ରସୁଲପୁର ବ୍ଲକ ବାଲିପାଟଣା ଗ୍ରାମର ଅଜୟ ରଣା(୩୨) ଦୀର୍ଘ ୭ବର୍ଷ ହେଲା ଏଠାରେ ମୂର୍ତ୍ତି ତିଆରି କରି ଆସୁଛନ୍ତି ା ତେବେ ଦେବଶିଳ୍ପୀଙ୍କ ମୂର୍ତ୍ତି ସେତେଟା ବିକ୍ରି ହେଉ ନ ଥିଲେ ହେଁ ୫୦ରୁ ୬୦ଟି ମୂର୍ତ୍ତି ବିକ୍ରି ହେଉଥିବା ସେ ପ୍ରକାଶ କରିଛନ୍ତି। ଏଥିରେ କଳା, ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଯାଜପୁର ଜିଲା ତଥା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ବିଶ୍ୱକର୍ମା ପୂଜା ସେତେଟା ଆଡମ୍ବରରେ ହେଉ ନ ଥିବା ମନେ ହେଉଛି। ଏହାବାଦ୍‌ କାରିଗର ଅଜୟଙ୍କ ତୂଳୀରେ ମା’ ଦୂର୍ଗାଙ୍କ ମୂର୍ତ୍ତି, ଲକ୍ଷ୍ମୀ, ଗଣେଶ ଓ ସ୍ବରସ୍ବତୀ, କାଳୀ ମୂର୍ତ୍ତି ନିର୍ମାଣ ହୋଇଥାଏ। ଅଜୟଙ୍କ କହିବା ଅନୁସାରେ ମୂର୍ତ୍ତି ତିଆରିରେ ବାର୍ଷିକ ୧ରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ ହୋଇଥାଏ। ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିବାରୁ ଆଜିର ମହଙ୍ଗା ଯୁଗରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି। ମାଟ୍ରିକ ଶିକ୍ଷା ପରେପରେ ଅଜୟ ଏହି ବୃତ୍ତିକୁ ଆପଣାଇଛନ୍ତି। ତାଙ୍କ ବାପା ରାଜୀବ ରଣା ଦୀର୍ଘ ୫୦ବର୍ଷ ଧରି ମୂର୍ତ୍ତି ତିଆରି କରି ଆସୁଥିଲେ। ବୟସ ହେବା ପରେ ସେ ଆଉ ମୂର୍ତ୍ତି ନିର୍ମାଣ କରିପାରୁ ନାହାନ୍ତି। ଅଭିମନ୍ୟୁ ରଣା ଓ ବିକ୍ରମ ସାହୁଙ୍କୁ ସହାୟକ କାରିଗର ଭାବେ ନେଇ ଅଜୟ ଏଠାରେ ମୂର୍ତ୍ତି ତିଆରି କରି ବ୍ୟବସାୟ କରି ଆସୁଛନ୍ତି। ଚଳିତ ବର୍ଷ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୂର୍ତ୍ତି ସେତେଟା ବିକ୍ରି ହେଉ ନ ଥିବାରୁ ସେ ନିରାଶ ହୋଇପଡିଛନ୍ତି ା ହସ୍ତଶିଳ୍ପ କାରିଗରଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ସରକାର ବହୁବିଧ ଯୋଜନା କରିଥିଲେ ହେଁ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ତାଙ୍କୁ ଏଯାଏ କୌଣସି ସହାୟତା ପ୍ରଦାନ କରିନାହାନ୍ତି ବୋଲି ଅଜୟ କହିଛନ୍ତି। ବିଭିନ୍ନ ଶିଳ୍ପସଂସ୍ଥାରେ ସାଧାରଣ ଭାବେ ବିଶ୍ୱକର୍ମା ପୂଜା ହେଉଥିବାବେଳେ କାଳିଆପାଣି ଅଞ୍ଚଳର ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ ବିଶ୍ୱକର୍ମା ପୂଜା ହୋଇଥାଏ। କିନ୍ତୁ ଚଳିତବର୍ଷ ଶିଳ୍ପ କାରଖାନା କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ କଳିଙ୍ଗନଗରର ବିଭିନ୍ନ କାରଖାନା ସମେତ ଟାଟା ମାଇନ୍ସ, ଜିନ୍ଦଲ ଷ୍ଟେନଲେସ ଖଣି, ଇମ୍ଫା, ଓଡ଼ିଶା ଖଣି ନିଗମ, ଫେକର, ମିଶ୍ରିଲାଲ, କମର୍ଦ୍ଦା ଆଦି ଖଣି ଅଞ୍ଚଳରେ ବିଶ୍ୱକର୍ମା ପୂଜାର ସେତେଟା ଉତ୍ସାହ ପରିଲକ୍ଷିତ ହୋଇନାହିଁ ା ତେବେ ଜିଲାର ନେସ୍କୋ, ପୂର୍ତ୍ତ ଓ ଗୃହ ନିର୍ମାଣ, ବିଦ୍ୟୁତ ବିଭାଗର ସମସ୍ତ ଖଣ୍ଡ, ଜନସ୍ବାସ୍ଥ୍ୟ ବିଭାଗ, ଟେଲିଫୋନ ଏକ୍ଲେଞ୍ଜ, ବସଷ୍ଟାଣ୍ଡ, ରେଲୱେ ଷ୍ଟେଶନ, ଅଟୋଣ୍ଡାଣ୍ଟ, ଟ୍ରକ ମାଳିକ ସଂଘ ପ୍ରଭୃତି ସ୍ଥାନରେ ବିଶ୍ୱକର୍ମା ପୂଜା ପାଳନ କରାଯାଉଛି। ଏତଦ୍‌ବ୍ୟତୀତ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ଯାନ୍ତ୍ରିକ ଦୋକାନ ଏବଂ ଶିଳ୍ପାନୁଷ୍ଠାନରେ ସମାରୋହରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri