ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ରବିବାର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ରାଓ୍ବଲପିଣ୍ଡି ଓ ଇସ୍‌ଲାମାବାଦରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ସହରରେ ଅତିକମରେ ୨୫ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଇସ୍‌ଲାମାବାଦରେ ଥିବା ୨ଟି ବଡ ହସ୍ପିଟାଲରେ ୮ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଓ୍ବଲପିଣ୍ଡି ଓ ଇସ୍‌ଲାମାବାଦରେ ଏବେ ସୁଦ୍ଧା ୩୫ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଗୋଟିଏ ପଟେ ଆର୍ଥିକ ମାନ୍ଦାବସ୍ଥା ଅନ୍ୟପଟେ ଡେଙ୍ଗୁ ଏସବୁକୁ ନେଇ ଏବେ ପାକିସ୍ତାନର ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖିନ ହେଲେଣି।

Share