Categories: ଜାତୀୟ

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଫଳରେ ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ତାଙ୍କୁ ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଯାଇଛି। ସିବିଆଇର ରିମାଣ୍ଡ ଅବଧି ମଧ୍ୟ ଗୁରୁବାର ଶେଷ ହେଉଛି। ଏହି ମାମଲାରେ ପ୍ରଥମରୁ ଜାମିନ୍‌ ଦେବାଦ୍ୱାରା ଯାଞ୍ଚ୍‌ ପ୍ରକ୍ରିୟାରେ ବାଧା ହେବାର ଆଶଙ୍କା ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ଏଭଳି ନିଷ୍ପତ୍ତି ଦେଇଛନ୍ତି। ଚିଦାମ୍ବରମ୍‌ଙ୍କ ବିରୋଧରେ କେଉଁ ପ୍ରମାଣ ସଂଗ୍ରହ ହୋଇଛି କିମ୍ବା ତାଙ୍କୁ ଇଡ଼ି କିଭଳି ପ୍ରଶ୍ନ ପଚାରିବ ତାହାର ତଥ୍ୟ କୋର୍ଟକୁ ଦେବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଇଡ଼ି ଚାହିଁଲେ ଗୁରୁବାରଠାରୁ ଏନେଇ ପଚରାଉଚରା କରିପାରନ୍ତି ବୋଲି କୋର୍ଟ କହିଛନ୍ତି।

Share