ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେର୍ଟ୍‌ୱକ ଫେଲ୍‌

ଚିତ୍ରକୋଣ୍ଡା, ୨୪।୪(ଡି.ଏନ୍‌.ଏ.): ଡିଜିଟାଲ ଇଣ୍ଡିଆ ସେବା ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳକୁ ଅନ୍ତଃସଂଯୋଗ ପାଇଁ ହୋଇଥିବା ଯୋଜନା ଚିତ୍ରକୋଣ୍ଡାବାସୀଙ୍କ ପାଇଁ ସ୍ବପ୍ନ। ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓବାଦୀ ପ୍ରବଣ ଆଦିବାସୀ ବହୁଳ ମାଲକାନଗିରି ଜିଲା ଅଧୀନ ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଓ ବ୍ରଡବ୍ୟାଣ୍ଡ ସେବାରେ ବହୁ ଅବ୍ୟବସ୍ଥା। ଉପାନ୍ତ ଚିତ୍ରକୋଣ୍ଡା ଭଳି ଜାଗାରେ ମାତ୍ର ଗୋଟିଏ ବିଏସ୍‌ଏନ୍‌ଏଲ୍‌ ଟାୱାର ବସିଛି। ଚିତ୍ରକୋଣ୍ଡା ବ୍ଲକର ବହୁ ପଞ୍ଚାୟତବାସୀ ଏହା ଉପରେ ନିର୍ଭରଶୀଳ। ଏତେ ସଂଖ୍ୟାରେ ଲୋକଙ୍କ ବହୁଳ ବ୍ୟବହାର ହେତୁ ଟାୱାର ଲୋଡ ନେବାରେ ବିଫଳ ହେଉଛି। ମୋବାଇଲ ଫୋନ ରୁ ୧୦/୧୫ ଥର ଯୋଗାଯୋଗ ପାଇଁ ଚେଷ୍ଟା କଲେ ଥରେ ଲାଗୁଛି ,ବେଳେ ବେଳେ ଅଧାରୁ କଲ୍‌ ମଧ୍ୟ କଟି ଯାଉଛି। ଅନେକ ସମୟରେ ଦିନରେ ନେଟ୍‌ଓ୍ବର୍କ ଥିଲେ ରାତିରେ ରହୁନାହିଁ। ଏହା ମଧ୍ୟରେ ବ୍ରଡବ୍ୟାଣ୍ଡ ସେବା ମଧ୍ୟ ଫେଲ ମାରୁଛି। ଏହା ଫଳରେ ବ୍ୟାଙ୍କ ଲିଙ୍କ, ଅନଲାଇନ ସେବା, ଅଗ୍ରିମ ଟିକେଟ ସଂରକ୍ଷଣ, ରୋଗୀ ସେବା ପାଇଁ ଖବର ଓ ସର୍ବୋପରି ମେଲ ପଠାଇବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ଅନ୍ୟ ନେଟର୍ୱକ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଚିତ୍ରକୋଣ୍ଡାକୁ ଉକ୍ତ ସେବାର ଲାଭ ମିଳୁନାହିଁ। ଚିତ୍ରକୋଣ୍ଡା ବ୍ୟାଙ୍କ ଛକ ନିକଟରେ ଆଉ ଏକ ୩ଜି ଟାୱାର ତିଆରି କରାଯାଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଚାଲୁ କରାଯାଇ ନାହିଁ। ସେଥିପାଇଁ ବହୁ ସମସ୍ୟା ଦେଖାଦେଉଛି। ଚିତ୍ରକୋଣ୍ଡାବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁବିଧା ମିଳିପାରିନାହିଁ। ଜିଲା ପ୍ରଶାସନ ଏହାର ସମାଧାନ ତଥା ବିକଳ୍ପ ବ୍ୟବସ୍ଥା ପାଇଁ ଅନ୍ୟ ନେଟ୍‌ଓ୍ବକ ବ୍ୟବସ୍ଥା ସହ ଆଉ ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର କାର୍ଯ୍ୟକ୍ଷମ କରାଇବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲେ ତାହା ପୂରଣ କରୁନି। ଏ ଦିଗରେ ପ୍ରଶାସନ ଦୃଷ୍ଟି ପକାଇ ବ୍ୟାଙ୍କ ଛକ ନିକଟରେ ଥିବା ଟାଓ୍ବାରକୁ ଚାଲୁ କରିବା ସହ ଅନ୍ୟ ନେଟ୍‌ଓର୍‌ବକ ସେବା ଯୋଗାଇ ଦେବାକୁ ଚିତ୍ରକୋଣ୍ଡାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri