Categories: ଫୁରସତ

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା ଖୁବ୍‌ ବେଗରେ ଦୌଡ଼ିପାରେ। ନିଜର ଫୂର୍ତ୍ତି ଓ ବେଗ ପାଇଁ ପରିଚିତ। ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାଲିରେ ଏକ ଚିତା ବାଘ ଖୁବ୍‌ ବେଗରେ ଦୌଡୁଥିବା ଦେଖିବାକୁ ମିଳିଛି। ଆଉ ଏହାର ବେଗ ରହିଛି ଘଣ୍ଟାକ ପ୍ରତି ୧୦୨ କିଲୋମିଟର। ଏହି ଭିଡିଓକୁ ଟ୍ବିଟରରେ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି,‘ଚିତାକୁ ଦୌଡୁଥିବା ଦେଖିବା ସବୁଠାରୁ ଅଦ୍ଭୁତ ଅନୁଭବ’। ଏହି ଭିଡିଓକୁ ଫେବୃୟାରୀ ୪ରେ ଶେୟାର କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୫ ହଜାରରୁ ଊର୍ଦ୍ଧ୍ୱ ଥର ୟୁଜର୍ସ ଦେଖିସାରିଲେଣି। ଏଥିସହ ଏହାକୁ ୨ହଜାର ଲାଇକ୍‌ ଓ ୫୦୦ରୁ ଊର୍ଦ୍ଧ୍ୱଥର ରିଟ୍ବିଟ କରାଯାଇଥିବା ଜଣାପଡ଼ିଛି।

Share