ଚିଠି ଲେଖିଲେ ପରିବହନ କମିଶନର: ସ୍କୁଲ, କଲେଜ, ବ୍ଲକ ଅଫିସରେ ଖୋଲିବ ଲର୍ଣ୍ଣିଂ ଲାଇସେନ୍ସ କ୍ୟାମ୍ପ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ସରକାରୀ ଛୁଟି ଦିନରେ ଜନସାଧାରଣଙ୍କୁ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଏଥିସହ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମିଳିବା ନେଇ ଅଧିକ ସ୍ଥାନରେ ସ୍ଲଟ୍‌ ଖୋଲିବା ଲାଗି ସମସ୍ତ ଜିଲା ପରିବହନ ଅଧିକାରୀଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ସ୍କୁଲ, କଲେଜ ଏବଂ ବ୍ଲକ ଅଫିସରେ କମ୍ପ୍ୟୁଟର ଲ୍ୟାବ୍‌ରେ ଏଲ୍‌ଏଲ୍‌ କ୍ୟାମ୍ପ କରାଯିବାର ବ୍ୟବସ୍ଥା କରାଯିବ। ଏଥିସହ ଏଠାରେ ଲାଇସେନ୍ସ କରୁଥିବା ବ୍ୟକ୍ତିଙ୍କଠାରୁ ଫି ନେବା ସହ ବାୟୋମେଟ୍ରିକ୍‌ ଯାଞ୍ଚ ବ୍ୟବସ୍ଥା କରାଯିବା ଉଲ୍ଲେଖ ରହିଛି।