ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି ଚପ୍‌କୁ ଲୋକେ ଭାରି ପସନ୍ଦ କରୁଛନ୍ତି।

ଆବଶ୍ୟକ ସାମଗ୍ରୀ
ପିଆଜ, କର୍ନଫ୍ଲୋର, ମଇଦା, ଚିଜ୍‌, ବେବିକର୍ନ, ପନିର-୧୫୦ଗ୍ରାମ୍‌, କଞ୍ଚାଲଙ୍କା, ସିଝାଆଳୁ, ବେସଲୀ, କେପସିକୋ ସସ୍‌, ଲୁଣ, ହ୍ବାଇଟ୍‌ ପିପର, ବ୍ଲାକ୍‌ ପିପର, ହଟ୍‌ ଗାର୍ଲିକ୍‌ ସସ୍‌।

 ପ୍ରସ୍ତୁତି

ପନିର ଓ ସିଝାଆଳୁ ଚକଟି ଦିଅନ୍ତୁ। ସେଥିରେ ଚପ୍‌ ସାଇଜ୍‌ ପିଆଜ ଓ କଞ୍ଚାଲଙ୍କା, ଚିଜ୍‌, ବେସ୍‌ଲୀ, କେପ୍‌ସିକୋ ସସ୍‌, ହ୍ବାଇଟ୍‌ ପିପର, ବ୍ଲାକ୍‌ ପିପର ମିଶାଇ ଗୋଳାଇ ଦିଅନ୍ତୁ। ଏଥିରେ ହାଲୁକା କର୍ନଫ୍ଲୋର  ଓ ମଇଦା ପକାଇ ବହଳିଆ କରି ଦିଅନ୍ତୁ। ଏହାପରେ ଲଲିପପ୍‌ ଭଳି ଗୋଲ୍‌ ଗୋଲ୍‌ କରନ୍ତୁ ଓ ବେବିକର୍ନକୁ ଭାଙ୍ଗି ଏଥିରେ ଲଗାନ୍ତୁ। ଏବେ କର୍ନଫ୍ଲୋର ଗୁଣ୍ଡରେ ଚପ୍‌କୁ ଗୋଳେଇ ହାଲୁକା ଗରମ ତେଲରେ ଭାଜନ୍ତୁ। ଖୁବ୍‌ କମ୍‌ ସମୟ ଗୋଲ୍‌ଡେନ୍‌ କଲର୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଜ୍‌ ଲଲିପପ୍‌। ଗରମ ଗରମ ପରଷି ଦିଅନ୍ତୁ।