ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ: ତହସିଲ ସମ୍ମୁଖରେ ଧାରଣାକାରୀଙ୍କ ବିକ୍ଷୋଭ

ଏରସମା, ୧୫।୨ (ସ୍ବ.ପ୍ର.): ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତସ୍ଥିତ ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ଗତ ଜାନୁୟାରୀ ୨୧ରୁ ଦିଆଯାଇଥିବା ଗଣଧାରଣା ଶୁକ୍ରବାର ୨୫ ଦିନରେ ପହଞ୍ଚିଛି। ଧାରଣା ଦିଆ ଯିବାର ୨୨ ଦିନ ପରେ ପ୍ରଶାସନ ଧାରଣାସ୍ଥଳକୁ ଆସି ଜନଶୁଣାଣି କରିବା ଓ ଖୋଲାଖୋଲି ଜନମତକୁ ଅବମାନନା କରିବା ଦ୍ୱାରା ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଜିରାଇଲୋ ପଞ୍ଚୟତସ୍ଥିତ ୯ ମୌଜାର ଶତାଧିକ ମହିଳାପୁରୁଷ ଶୁକ୍ରବାର ଏରସମା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭିଟାମାଟି ସୁରକ୍ଷା ସମିତିର ସଭାପତି ଅଭିଜିତ ସାହୁଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଗଣଧାରଣାସ୍ଥଳରୁ ପଦଯାତ୍ରାରେ ‘ଅମ ଗାଁ ଅମେ ଛାଡିବୁ ନାହିଁ’ ନାରାଦେଇ ତହସିଲ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ଅଭୟ ସାହୁ କହିଥିଲେ,ପ୍ରକଳ୍ପ ପାଇଁ ପ୍ରସ୍ତାବିତ ସ୍ଥାନ ଶରବା ଗ୍ରାମଠାରୁ ୨୦ ମିଟର, କିମିଲୋ ଗ୍ରାମ ଓ ଜିରାଇଲୋ ନ ମୌଜୀ ହାଇସ୍କୁଲଠାରୁ ୧୦୦ମିଟର ଦୂର ହୋଇଥିବାରୁ ପ୍ରକଳ୍ପର କୁପ୍ରଭାବ ପରିବେଶକୁ ସିଧାସଳଖ ପ୍ରଭାବିତ କରିବ। ଜିଲା ପ୍ରଶାସନ ସ୍ଥାନୀୟ ଲୋକମାନଙ୍କ ଜୀବନ ଜୀବିକାକୁ ସହୃଦୟତାର ସହ ବିଚାରକୁ ନେଇ ପ୍ରକଳ୍ପ ସ୍ଥାନାନ୍ତର କରନ୍ତୁ। ନଚେତ୍‌ ଆଗାମୀ ଦିନଠାରୁ କେବଳ ମହିଳା ଓ ଶିଶୁ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି ବୋଲି ଚେତାବନୀ ଦେଇଥିଲେ। ଏଥିରେ ସିପିଆଇର ବରିଷ୍ଠ ନେତା ଶଶିଭୂଷଣ ସ୍ବାଇଁ, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣୀ, ନାରୀନେତ୍ରୀ ମଞ୍ଜୁଲତା ହାତୀ, ରବୀନ୍ଦ୍ର ମାଝି, ସୁରେନ୍ଦ୍ର ସ୍ବାଇଁ, ବିଶ୍ୱନାଥ ବେହେରା, ରବୀନ୍ଦ୍ର ପାଇଟାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳଙ୍କ ଉଦ୍ଦେଶ୍ୟରେ ସହସିଲଦାର ଚିତ୍ତରଞ୍ଜନ ମହାନ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri