ଚିଙ୍ଗୁଡ଼ି ଚାଷୀଙ୍କ କବ୍‌ଜାରେ କେନାଲ

ଚାନ୍ଦବାଲି, ୪।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବିଭିନ୍ନ ନଦୀ ଓ ଏହାର ଶାଖାନଦୀରେ ସଂଯୁକ୍ତ ଅଧିକାଂଶ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲଗୁଡ଼ିକ ଚିଙ୍ଗୁଡ଼ି ଚାଷୀଙ୍କ କବ୍‌ଜାରେ ରହିଛିି। ନଦୀ ଓ କେନାଲକୂଳିଆ ଚାଷଜମି, ଗୋଚର ଓ ଅନାବାଦୀରେ ବେଆଇନ ଚିଙ୍ଗୁଡ଼ି ଘେରି ଖୋଳାଯାଇଛି। ଏବେ ଚିଙ୍ଗୁଡ଼ି ଫାର୍ମକୁ ଲୁଣାପାଣି ପ୍ରବେଶ କରାଇବା ପାଇଁ ଚାଷୀ କେନାଲର ସ୍ଲୁଇସ୍‌ ଗେଟ୍‌କୁ ନିୟନ୍ତ୍ରଣ କରିବା ଓ ଆଡ଼ିବନ୍ଧ କାଟିବା କାରଣରୁ ଅବାଧରେ କେନାଲରେ ଲୁଣାପାଣି ପ୍ରବେଶ କରୁଛି। ଫଳରେ ଏହା ଅନ୍ୟ ଚାଷ ଅନୁପଯୋଗୀ ହେଉଛି। ବିଭିନ୍ନ ସମୟରେ ଚାଷୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନିୟନ୍ତ୍ରଣ କରିବାରେ ବିଭାଗ ଓ ପ୍ରଶାସନ ସକ୍ଷମ ହେଉ ନ ଥିବା ଅଭିଯୋଗ ହେଉଛି। ଚଳିତ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟି ପାଇଁ ଚାଷୀ କେନାଲ ପାଣି ଉପରେ ନିର୍ଭର କରୁଥିବା ବେଳେ ଏହି ଲୁଣାପାଣି ଚିନ୍ତାର କାରଣ ହୋଇଛି। କେନାଲକୂଳିଆ ଜମିର ଧାନତଳି ଘେରା ଓ ରୁଆଧାନ କିଆରିକୁ ପାଣି ମଡ଼ାଇବା ସମ୍ଭବ ହେଉନାହିଁ। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ମନ୍ତେଈ ନଦୀର ଶାଖା କେନାଲ ନୂଆନଈ ଉପରେ ବାଂଶଡ଼ା ଘାଟ ନିକଟସ୍ଥ ବିଶ୍ୱନାଥପୁରଠାରେ ସ୍ଲୁଇସ୍‌ ଗେଟ୍‌ ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଥିଲେ ମଧ୍ୟ କେତେକ ଚିଙ୍ଗୁଡ଼ି ଚାଷୀ ଏହାକୁ ମନଇଚ୍ଛା ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ହେଉଛି। ଉଲ୍ଲେଖନୀୟ ଯେ, ହଳଦୀଗଣ୍ଡ ଜଳସେଚନ ଯୋଜନାରେ ୧୯୯୨ ମସିହାରେ ଏହି ନୂଆନଈ କେନାଲ ଖନନ କରାଯାଇ ନୂଆଗଁା ପଞ୍ଚାୟତର ବିଶ୍ୱନାଥପୁର ନିକଟରେ ଏକ ସ୍ଲୁଇସଗେଟ୍‌ ତିଆରି ହୋଇଥିଲା। ଏହାଦ୍ୱାରା ମନ୍ତେଈ ନଦୀର ଲୁଣାପାଣି କେନାଲ ମଧ୍ୟକୁ ପ୍ରବେଶକୁ ନିୟନ୍ତ୍ରଣ କରାଯିବା ସହ ଜଳସେଚନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସମ୍ପୃକ୍ତ ଜଳସେଚନ ପ୍ରକଳ୍ପ ଦ୍ୱାରା ଚାନ୍ଦବାଲି ବ୍ଲକର ନୂଆଗଁା, ଯଶୀପୁର, ଜଳେଶ୍ୱରପୁର, ନଳଗୋହିରା, ମୌସୁଧା, ମତୋ, ନାଲଗୁଣ୍ଡା, ଘଟପୁର ପରି କେତେକ ପଞ୍ଚାୟତର ଚାଷୀ ଧାନ ଓ ପନିପରିବା ଚାଷରୁ ଉପକୃତ ହେଉଥିଲେ। ଏବେ କେନାଲ ମଧ୍ୟରେ ମନ୍ତେଈ ନଦୀର ଲୁଣାପାଣି ବର୍ଷତମାମ ପ୍ରବେଶ କରୁଛି। ଏହି ଲୁଣାପାଣି ଅନ୍ୟ କେତେକ ଶାଖା କେନାଲରେ ପ୍ରବେଶ କରିବା ଫଳରେ ସ୍ଥାନୀୟ ଅଞ୍ଚଳର କେନାଲ ଓ ଗୋହିରୀର ପାଣି ଲୁଣା ହେଉଛି। କେନାଲରେ ଲୁଣାପାଣି ପ୍ରବେଶ କରିବାରୁ ଧାନ ଓ ପନିପରିବା ଚାଷ ସହିତ ଗୋରୁଗାଈଙ୍କ ପିଇବା ପାଇଁ ସମସ୍ୟା ହୋଇଛି ବୋଲି ପରମାନନ୍ଦପୁର ଗଁାର ନରହରି ଦାସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମାଝିଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ଥିଲେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଖରିଫ ଚାଷ ଅମଳ ପରେ ପ୍ରାୟ ଜାନୁୟାରୀ ଆରମ୍ଭରେ କେନାଲରେ ସାମୁଦ୍ରିକ ଲୁଣାପାଣି ପ୍ରବେଶ କରିଥାଏ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟି କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନଦୀପାଣି ଲୁଣା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri