Categories: ଜାତୀୟ

ଚିକେନ୍‌ କିଲୋ ୨୦ ଟଙ୍କା: କରୋନା ଭୟରେ ବେପାର ମାନ୍ଦା

ନୂଆଦିଲ୍ଲୀ,୯।୩: କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ଲୋକେ ଚିକେନ୍‌ ଖାଇବାକୁ ଅମଙ୍ଗ ହେଉଛନ୍ତି। ପାଳନ କେନ୍ଦ୍ରରେ ଗୋଟିଏ କୁକୁଡ଼ା ପିଛା ୮୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ କିଲୋଗ୍ରାମ୍‌ ପିଛା ୨୦ ଟଙ୍କାରେ ବେପାରୀଙ୍କୁ ବିକ୍ରି କରିବାକୁ ପଡୁଛି ବୋଲି ଭାରତୀୟ ପୋଲ୍ଟି ଫେଡେରେଶନର ପରାମର୍ଶଦାତା ବିଜୟ ସରଦାନା ପ୍ରକାଶ କରିଛନ୍ତି। ପୂର୍ବରୁ ବେପାରୀଙ୍କୁ ଗୋଟା କୁକୁଡ଼ା କିଲୋ ପିଛା ୫୦-୬୦ ଟଙ୍କାରେ ଯୋଗାଇ ଦିଆଯାଉଥିଲା। ସେମାନେ ଏହାକୁ କିଲୋପିଛା ୧୮୦-୨୦୦ଟଙ୍କାରେ ବିକ୍ରି କରୁଥିଲେ। ତେବେ ଏବେ ସେମାନେ ଏହାକୁ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କରୋନା ଯୋଗୁ କୁକୁଡ଼ା ଚାଷୀ ହତାସ ହୋଇଥିବା ସରଦାନା କହିଛନ୍ତି। ଏଭଳି କିଛି ଦିନ ଜାରି ରହିଲେ କୁକୁଡ଼ା ଚାଷୀଙ୍କର କୋଟି କୋଟି ଟଙ୍କା କ୍ଷତି ହେବାର ଆଶଙ୍କା ଥିବା ସେ କହିଛନ୍ତି।

Share