ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଆଗରେ ଉତ୍ତେଜନା

କେନ୍ଦୁଝର,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଖାନା ଆଗରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ କ୍ଷୀରୋଦିନି ପାତ୍ର (୪୫)। ଘର ଟାଉନ ଥାନା ନରଣପୁର ବୋଲି ଜଣାପଡ଼ିଛି। ସୋମବାର ରାତିରେ ହଠାତ୍‌ ତାଙ୍କ ସ୍ବସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ସେଠାରେ ତାଙ୍କୁ ଅମ୍ଳଜାନ ଦିଆ ନ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି। ଚିକିତ୍ସାରେ କୌଣସି ଅବହେଳା ହୋଇଁ ନ ଥିବା ସିଡିଏମଓ ଡା. ଅଶୋକ ଦାସ କହିଛନ୍ତି।