Categories: ଅନୁଗୋଳ

ଚିକିତ୍ସାଳୟରୁ ମୃତା ନାବାଳିକାଙ୍କ ଆଖି ତାଡ଼ିନେବା ଅଭିଯୋଗ

ଅନୁଗୋଳ ଅଫିସ,୧୯।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜିଲା ଚିକିତ୍ସାଳୟର ମୃତଦେହ ରଖାଯାଉଥିବା ପ୍ରକୋଷ୍ଠରେ ତୃପ୍ତି ଗୋଚ୍ଛାୟତ ନାମକ ଜଣେ ନାବାଳିକାଙ୍କ ମୃତଦେହରୁ ଦୁଇଟି ଆଖି ତାଡ଼ି ନିଆଯାଇଛି। ଏ ନେଇ ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଅଞ୍ଚଳର ମୃତା ନାବାଳିକାଙ୍କ ମା’ସିଲା ଗୋଚ୍ଛାୟତ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଚିକିତ୍ସାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।