ଚିକିଛା ଲାଗି ଟଁକା ଅଭାବ୍‌: ଭଗବାନ ଭରସାରେ କର୍କଟ ରୁଗୀ ରତନୀ

ପର୍ଲା, ୧୨ା୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଂଚଲ ପୋଡ଼ାଗୁଡ଼ା ପଁଚେତ୍‌ ମଙ୍ଗଳପୁର ଗଁାର ହୀରାଧର ନାଏକକଁର ମାଏକିନା ରତନୀ ନାଏକ(୫୫)। ସେ ଅନେକ ଦିନ୍‌ ହେଲା କର୍କଟ ରୋଗ୍‌ରେ ପିଡ଼ିତ୍‌ ଅଛନ୍‌। ପରିବାର ଲୋକ୍‌ ଧାରଉଧାର କରି କଟକ ବଡ଼ ଡାକ୍‌ତରଖାନା ନେଇଥିଲେ। ହେଲେ ଟଁକା ପଏସା ଅଭାବୁ ତାହାକୁ ଘରକେ ଫିରେଇ ଆନ୍‌ଲେ। ସେଦିନ୍‌ଠାନୁ ରତନି ଚିକିଛା ଅଭାବୁ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ମଙ୍ଗଳପୁର ଗଁାର ହୀରାଧର ନାଏକ(୫୮)। ପରିବାର କହେଲେ ରତନୀ ନାଏକ(୫୫), ଦୁଇ ପୁଓ ଶଙ୍କଧର(୩୦) ଆର ଦୁଶମନ୍ତ(୨୭)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ଦୁଇ ଟୁକ୍‌ରି ରହିଛେ। ହେଲେ କୁଟୁମବସିଆ କୁଲିମଜୁରି କରି ଚଲୁଛନ୍‌। ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ସରକାରୀ ସାହାଯ୍‌ କହେଲେ ପରିବାରଟା ଅନ୍ତ୍ୟୋଦୋୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ପାଉଛନ୍‌। ଏନ୍‌ତା ପରିସ୍ଥିତିରେ ଆଏଜ୍‌କେ ୭ ମାସ ତଲେ ରତନୀକଁର ଟୁଁଡ଼େ ଗୁଟେ ଘା’ ହେଇଥିଲା। ପରିବାର ଲୋକ୍‌ ତାହାକୁ ଆସରପାସର ଡାକ୍‌ତରଖାନାରେ ଦେଖାଲେ। ହେଲେ କିଛି ଲାଭ ନାଇଁହେଲା। ଏନ୍‌ତାଥି ଘରର ଖୁରିଗିନା ବଁଧା ପକେଇ ରତନୀକୁଁ ଚିକିଛା ଲାଗି ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନା ନେଇଥିଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କରି ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। ଟଁକା ପଏସା ଅଭାବୁ ହୀରାଧର ନିଜର ଦୁଇ ଟୁକ୍‌ରି ଚାଷଜମି ବିକି ରତନୀକୁଁ କଟକ ବଡ଼ ଡାକ୍‌ତରଖାନା ନେଇଥିଲେ। ସେଠାନେ ପାଖାପାଖି ୪୦ ଦିନ୍‌ ଧରି ଚିକିଛା କରାଲେ। ହେଲେ ଟଁକା ପଏସା ସରିଗଲାରୁ ହୀରାଧର ମୁହୁକାନ ଶୁଖେଇ ରତନୀକଁର ଅଧାତିଆ ଚିକିଛା କରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ରତନି ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଆଡ଼େ ଚିକିଛା ଅଭାବୁ ରୋଗ୍‌ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ପରିବାରର ସ୍ବାସ୍ଥ୍ୟ ବୀମା କାର୍ଡ ରହିଛେ, ହେଲେ ସେଟା କିଛି କାମେ ନାଇଁ ଲାଗ୍‌ଲା ବଲି ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ରତନିକୁଁ ସରକାରୀ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡା.ଜଗୁଲାଲ ଅଗ୍ରଓ୍ବାଲକୁଁ ପଚ୍‌ରାଲାରୁ ପରିବାର ଲୋକ୍‌ ରୁଗୀକୁଁ ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କଲେ ତାକର ପରୀକ୍ଷା ନିରୀକ୍ଷା କରାଯିବା। ଦରକାର ପଡ଼ଲେ ଅପରେଶନ ଟଁକା ବି ସରକାର ବହନ କରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri