ଚିକିଛା ଅଭାବୁ ଅଁଧ୍‌ ପାଲଟିଯାଇଛନ୍‌ ପ୍ରାଣବନ୍ଧୁ

ବିନିକା,୨୩।୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କଇଁତରା ଗଁାର ପ୍ରାଣବନ୍ଧୁ ଭୁଏ(୬୫)। ଆଏଜ୍‌କେ ୫ ବଛର ହେଲା ସେ କେହେନ୍‌ସି କାରନ୍‌ରୁ ନିଜର ଦୃଷ୍ଟିଶକ୍ତି ହରେଇଛନ୍‌। ଯାହା ପାରଲେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ପଏସା କଉଡ଼ ଅଭାବୁ ସେ ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ କଇଁତରା ଗଁାର ବୁରୁଧ୍‌ ପ୍ରାଣବନ୍ଧୁ ଭୁଏକଁର ପରିବାର କହେଲେ ୪ ଝି’ ଆର ଗୁଟେ ବଲି ପୁଓ ସୁଶାନ୍ତକେ ନେଇ ସଁସାର। ଆଏଜ୍‌କେ ୭ ବଛର ତଲେ ମାଏକିନା ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ଜମି କହେଲେ ଅଧ୍‌ଏକର। ଦୁଖ୍‌ସୁଖ କରି କୁଟୁମ୍‌ ପୁଷୁଥିଲେ। ସେନ୍‌ତା ପ୍ରାଣବନ୍ଧୁ ଧାରଉଧାର କରି ଦୁଇ ବଡ଼ ଝି’କୁ ବିହାଚୁରା କରିଛନ୍‌। ଏହେଦେ ବି ଉପରେ ଦୁଇ ଯୁଆନ୍‌ ଝି’କଁର ବିହା ବୋଝ୍‌ ରହିଛେ। ପ୍ରାଣବନ୍ଧୁ ଘରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌ ହେଇଥିଲାବେଲେ କେହେନ୍‌ସି ଅଜନା ରୋଗ୍‌ ପରଭାବ୍‌ରେ ୨୦୧୫ ସାଲେ ସେ ତାକର ଦୃଷ୍ଟିଶକ୍ତି ହରେଇଛନ୍‌। ବାପର ଏନ୍‌ତା ଅବସ୍‌ତା ଦେଖି ପୁଓ ସୁଶାନ୍ତ ଘରର ବାସନକୁସନ, ଗହନାଗଁାଠି ବିକାଭଂଗା କରି ଚିକିଛା ଲାଗି ସମ୍ବଲପୁର, ପଣ୍ଡାପାଲି, ବଲାଙ୍ଗୀର, ଦୀପ୍ତିପୁର ପରମୁଖ ଆଏଁଖ୍‌ ଡାକ୍‌ତରଖାନାକେ ନେଇଥିଲେ। ହେଲେ ଟଁକା ପଏସା ଅଭାବୁ ଚିକିଛା ଅଧାରେ ଅଟ୍‌କି ରହିଛେ। ଆଏଜ୍‌ ବି ପ୍ରାଣବନ୍ଧୁ ଝନେ ଅଁଧ୍‌ ଜୀବନ୍‌ ବିତଉଛନ୍‌। ଇଆଡ଼େ ସରକାରୀ ଯୋଜନାର ସାହାଯ୍‌ କହେଲେ ପ୍ରାଣବନ୍ଧୁ ପାଉଥିତ୍ବାର ଭତାକେ ଛାଡ଼ିଦେଲେ ପରିବାରଟା ବାକି ସବୁ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ମୁଖିଆ ପ୍ରାଣବନ୍ଧୁ ଗଣମାଧ୍ୟମ ଜରିଆରେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ଜୟ ପ୍ରକାଶ ପ୍ରଧାନକୁଁ ପଚ୍‌ରାଲାରୁ ଘନଟାର ତଦଁତ୍‌ କରି ସାହାଯ୍‌ ଲାଗି ଉଚ କତୁରପକ୍ଷକଁୁ ଜନାମି ବଲି ସେ କହିଥିଲେ। ସେନ୍‌ତା ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପରିବାରକେ ସରକାରୀ ସାହାଯ୍‌ ସହଯୋଗ ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।