ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି କିଲୋ ପିଛା ୫୦ ହଜାର ଟଙ୍କାରେ ନିଲାମ ହୋଇଛି। ଏହାକୁ ଲୋକେ ମନୋହରି ଚା’ କହିଥାନ୍ତି। ଗତ ବର୍ଷ ଏହା କିଲୋପିଛା ୩୯ ହଜାର ଟଙ୍କାରେ ନିଲାମ ହୋଇଥିଲା। ଆସାମ ଦେବ୍ରୁଗଡ଼ ଚା’ ବଗିଚା ପକ୍ଷରୁ ଏହି ମୂଲ୍ୟବାନ ଚା’ ପତି ମାତ୍ର ୫ କିଲୋ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଏହାକୁ ଅତି ସାବଧାନରେ ସ୍ବତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ। ଏହି ଚା’ପତିର ଚାହିଦା ପୃଥିବୀସାରା ରହିଛି।

Share