ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି। ଏହାକୁ ନେଇ ମୁମ୍ବାଇରେ ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହୁଛଇ। ମହାରାଷ୍ଟ୍ର ସରକାର ଘରୁ ନ ବାହାରିବା ପାଇଁ ଲୋକଙ୍କୁ ଚେତାବନି ଦେଇଛନ୍ତି। ବଲିଉଡ୍‌ କଳାକାରମାନେ ମଧ୍ୟ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ତେବେ ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ବାତ୍ୟା ଆସିବା ପୂର୍ବର ସମୂଦ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ନିସର୍ଗ ଅପେକ୍ଷାରେ ଥିବା ଲେଖିଛନ୍ତି।
ବାତ୍ୟା ନିସର୍ଗକୁ ନେଇ ସେ ଲେଖିଛନ୍ତି ଯେ, ଚା’ କପ୍‌, ଟିକେ ବର୍ଷା ଏବଂ ବାତ୍ୟାର ଅପେକ୍ଷା। ତେବେ ଏହା ବନ୍ଧୁତ୍ୱପୂର୍ଣ୍ଣ ନୁହେଁ। ସୁରକ୍ଷିତ ରୁହନ୍ତୁ। ଟ୍ବିଙ୍କଲଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share