ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ ମାଛ ଧରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏବେ ଚିଲିକା ମାଛ ଚାହିଦା ମେଣ୍ଟାଇ ପାରୁ ନ ଥିବାରୁ ସେମାନେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟମୁହଁ। ହେଲେଣି। କେତେଜଣ ମତ୍ସ୍ୟଜୀବୀ ପ୍ରତ୍ୟହ ଟ୍ରେନ୍‌ ଯୋଗେ ଭୁବନେଶ୍ୱର, କଟକ ଦିନମଜୁରିଆ କାମ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ଯାହା କିଛି ମାଛ ଧରା ହେଉଛି, ତାହା ସ୍ଥାନୀୟ ଚାହିଦା ମେଣ୍ଟାଇ ପାରୁନାହିଁ। ଫଳରେ ଗଁ।କୁ ଗଁ। ବୁଲି ଖୁଚୁରା ମାଛ ବିକୁଥିବା କୈବର୍ତ୍ତ ମହିଳାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚିଲିକା ଏକଦା ୩୨୦ ପ୍ରକାର ମାଛ, ୨୮ ପ୍ରଜାତିର ଚିଙ୍ଗୁଡ଼ି ଓ ୩୫ ପ୍ରକାର କଙ୍କଡ଼ାର ଚାରଣଭୂମି ଥିଲା। ମାତ୍ର ୧୯୮୦ ମସିହାଠାରୁ ପରିବେଶ ଅବକ୍ଷୟ ଆଦି କାରଣରୁ ଏହା ଦ୍ରୁତଗତିରେ ହ୍ରାସ ପାଉଛି। ୨୦୦୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିଲିକାର ନୂଆ ମୁହାଣ ଖନନ ପରେ ଆଶାନୁରୂପ ଭାବେ ଏହି ସାମୁଦ୍ରିକ ମାଛ ସଂଖ୍ୟା ବୃଦ୍ଧି ପାଇଥିବା ରାଜ୍ୟ ସରକାର ଦାବି କରିଥିଲେ। ସର୍ବେକ୍ଷଣ ମୁତାବକ ୧୯୯୫-୯୬ ଆର୍ଥିକ ବର୍ଷରେ ଚିଲିକାର ୨୫ଟି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ୧୨୭୪ ମେଟ୍ରିକ୍‌ ଟନ୍‌ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ସଂଗୃହୀତ ହୋଇଥିବା ବେଳେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ତାହା ୧୭୪୫ ମେଟ୍ରିକ୍‌ ଟନ୍‌ ହୋଇଥିଲା। ମାତ୍ର ମୁହାଣ ଖନନ ପରେ ୨୦୦୧-୨୦୦୨ ବର୍ଷ ବେଳକୁ ତାହା ୭ ଗୁଣା ବୃଦ୍ଧି ପାଇ ୧୧,୯୮୯ ଟନ୍‌ରେ ପହଞ୍ଚତ୍ଥିଲା। ସର୍ବେକ୍ଷଣ ମୁତାବକ ପ୍ରତି ମତ୍ସ୍ୟଜୀବୀ ପରିବାର ବାର୍ଷିକ ୩୫ ହଜାର ଟଙ୍କାର ମାଛ ଧରି ରୋଜଗାର କରିପାରୁଥିଲେ। ମାସିକ ହାରାହାରି ୩ ହଜାର ଟଙ୍କାରେ ସେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ୧୯ ବର୍ଷ ମଧ୍ୟରେ ଚିଲିକାର ଜୈବିକ ଅବକ୍ଷୟ ଆରମ୍ଭ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।