ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ ମାଛ ଧରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏବେ ଚିଲିକା ମାଛ ଚାହିଦା ମେଣ୍ଟାଇ ପାରୁ ନ ଥିବାରୁ ସେମାନେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟମୁହଁ। ହେଲେଣି। କେତେଜଣ ମତ୍ସ୍ୟଜୀବୀ ପ୍ରତ୍ୟହ ଟ୍ରେନ୍‌ ଯୋଗେ ଭୁବନେଶ୍ୱର, କଟକ ଦିନମଜୁରିଆ କାମ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ଯାହା କିଛି ମାଛ ଧରା ହେଉଛି, ତାହା ସ୍ଥାନୀୟ ଚାହିଦା ମେଣ୍ଟାଇ ପାରୁନାହିଁ। ଫଳରେ ଗଁ।କୁ ଗଁ। ବୁଲି ଖୁଚୁରା ମାଛ ବିକୁଥିବା କୈବର୍ତ୍ତ ମହିଳାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚିଲିକା ଏକଦା ୩୨୦ ପ୍ରକାର ମାଛ, ୨୮ ପ୍ରଜାତିର ଚିଙ୍ଗୁଡ଼ି ଓ ୩୫ ପ୍ରକାର କଙ୍କଡ଼ାର ଚାରଣଭୂମି ଥିଲା। ମାତ୍ର ୧୯୮୦ ମସିହାଠାରୁ ପରିବେଶ ଅବକ୍ଷୟ ଆଦି କାରଣରୁ ଏହା ଦ୍ରୁତଗତିରେ ହ୍ରାସ ପାଉଛି। ୨୦୦୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିଲିକାର ନୂଆ ମୁହାଣ ଖନନ ପରେ ଆଶାନୁରୂପ ଭାବେ ଏହି ସାମୁଦ୍ରିକ ମାଛ ସଂଖ୍ୟା ବୃଦ୍ଧି ପାଇଥିବା ରାଜ୍ୟ ସରକାର ଦାବି କରିଥିଲେ। ସର୍ବେକ୍ଷଣ ମୁତାବକ ୧୯୯୫-୯୬ ଆର୍ଥିକ ବର୍ଷରେ ଚିଲିକାର ୨୫ଟି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ୧୨୭୪ ମେଟ୍ରିକ୍‌ ଟନ୍‌ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ସଂଗୃହୀତ ହୋଇଥିବା ବେଳେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ତାହା ୧୭୪୫ ମେଟ୍ରିକ୍‌ ଟନ୍‌ ହୋଇଥିଲା। ମାତ୍ର ମୁହାଣ ଖନନ ପରେ ୨୦୦୧-୨୦୦୨ ବର୍ଷ ବେଳକୁ ତାହା ୭ ଗୁଣା ବୃଦ୍ଧି ପାଇ ୧୧,୯୮୯ ଟନ୍‌ରେ ପହଞ୍ଚତ୍ଥିଲା। ସର୍ବେକ୍ଷଣ ମୁତାବକ ପ୍ରତି ମତ୍ସ୍ୟଜୀବୀ ପରିବାର ବାର୍ଷିକ ୩୫ ହଜାର ଟଙ୍କାର ମାଛ ଧରି ରୋଜଗାର କରିପାରୁଥିଲେ। ମାସିକ ହାରାହାରି ୩ ହଜାର ଟଙ୍କାରେ ସେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ୧୯ ବର୍ଷ ମଧ୍ୟରେ ଚିଲିକାର ଜୈବିକ ଅବକ୍ଷୟ ଆରମ୍ଭ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri