ଚାହିଦା ଥିଲେ ବି ଅଲୋଡ଼ା

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଅନେକ ବନବାସୀ ଆଜି ବି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। ସେମାନେ ବିଭିନ୍ନ ଋତୁକାଳୀନ ଫଳ ସଂଗ୍ରହ କରି ହାଟବଜାରରେ ବିକି ତେଲଲୁଣ କିଣିଥାନ୍ତି। ଆମ୍ବ ଅମଳ ଋତୁରେ ସେମାନେ ସଂଗ୍ରହ କରୁଥିବା କଞ୍ଚା, ପାଚିଲା ଆମ୍ବକୁ ବିକ୍ରି କରିବା ସହ ବଳକା ଆମ୍ବରୁ ଆମ୍ବୁଲ, ଆମ୍ବଶଢା ଓ ଆଚାର ଆଦି ପ୍ରସ୍ତୁତ କରି ବିକିଥାନ୍ତି। ଜିଲା ଓ ଜିଲା ବାହାରେ ଏସବୁର ଚାହିଦା ଥିଲେ ମଧ୍ୟ ବଜାର ସୁବିଧା ଅଭାବରୁ ସେମାନେ ଏହାକୁ କମ୍‌ ଦରରେ ବେପାରୀଙ୍କୁ ବିକି କ୍ଷତି ସହୁଛନ୍ତି। ଆମ୍ବ ଭଳି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଗଲେ ଆଦିବାସୀଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇ ପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। କିନ୍ତୁ ସରକାର ଓ ପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରି ଚାଲିଛନ୍ତି।
କେନ୍ଦୁଝର ଜିଲାର ବଣଜଙ୍ଗଲରେ ବହୁ ସଂଖ୍ୟାରେ ଆମ୍ବ ଗଛ ରହିଛି ା ବର୍ତ୍ତମାନ ବନବାସୀମାନେ ଜଙ୍ଗଲରୁ କଞ୍ଚା ପାଚିଲା ଆମ୍ବ ସଂଗ୍ରହ କରି ହାଟବଜାରକୁ ଆଣି ବିକ୍ରି କରୁଥିବା ଦେଖାଯାଉଛି। ବିଗତ କିଛି ବର୍ଷ ଧରି ଜିଲାରେ କଲମୀ ଆମ୍ବ ଚାଷର ପ୍ରସାର ପରେ ଦେଶୀ ଖଟାମିଠା ଆମ୍ବର ଚାହିଦା କ୍ରମେ କମି କମି ଚାଲିଛି। ବନବାସୀମାନେ ଆମ୍ବ ବିକି ପୂର୍ବଭଳି ଆଉ ଅର୍ଥ ଉପାର୍ଜନ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ବଳକା କଞ୍ଚା, ପାଚିଲା ଆମ୍ବରୁ ପାରମ୍ପରିକ ଶୈଳୀରେ ଆମ୍ବୁଲ, ଆମ୍ବଶଢା ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ପାଚିଲା ଆମ୍ବରୁ ରସ ବାହାର କରି ତାହାକୁ ଖରାରେ ଶୁଖାଇ ଆମ୍ବଶଢା ପ୍ରସ୍ତୁତ କରାଯାଇଥାଏ। ଏହାର ଭଲ ଚାହିଦା ଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ଓ ବଜାର ସୁବିଧା ଅଭାବରୁ ବନବାସୀମାନେ ଏହାର ବ୍ୟବସାୟକୁ ଆଗେଇ ନେଇପାରୁ ନାହାନ୍ତି। ବର୍ତ୍ତମାନ ନାମୀଦାମୀ କମ୍ପାନୀ ଖାଦ୍ୟ ପ୍ରକ୍ରିୟାକରଣ ପଦ୍ଧତିରେ ଆମ୍ବଶଢା ପ୍ରସ୍ତୁତ କରି ସୁନ୍ଦର ଭାବେ ଏହାକୁ ପ୍ୟାକେଟ କରି ବଜାରରେ ବିକି ଲାଭବାନ ହେଉଛନ୍ତି। ବନବାସୀମାନେ ପାରମ୍ପରିକ ଭାବେ ପ୍ରସ୍ତୁତ କରୁଥିବା ଆମ୍ବସଢାରୁ ସେଭଳି ଲାଭ କରିପାରୁ ନାହାନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ବନବାସୀଙ୍କୁ ତାଲିମ ଦେବା ବ୍ୟବସ୍ଥା କରାଗଲେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରନ୍ତା ବୋଲି ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏ ସମ୍ପର୍କରେ ଓରମାସ କାର୍ଯ୍ୟନିର୍ବାହୀ ଅଧିକାରୀ ସପନ ଗୋସ୍ବାମୀଙ୍କୁ ପଚାରିବାରୁ ଉଦ୍ୟାନ ବିଭାଗ ସହାୟତାରେ ଆମ୍ବଶଢା ବ୍ୟବସାୟକୁ ଅଧିକ ବ୍ୟାପକ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri