ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ,୧୬-୭: କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ୍‌ କିଷାନ ଫସଲ ବୀମା ଯୋଜନାରେ ଏକାଧିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଏଣିକି ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ। ଏହି ଯୋଜନାରୁ ଉଚ୍ଚ ପ୍ରିମିୟମଯୁକ୍ତ ଫସଲଗୁଡ଼ିକୁ ବାଦ୍‌ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ତାଙ୍କର କହିବାନୁଯାୟୀ, ଜଳସେଚନ ଅଞ୍ଚଳ ଅନୁଯାୟୀ ଫସଲର ପ୍ରିମିୟମ ନିର୍ଦ୍ଧାରିତ ହେବ। ଜଳସେଚନ କ୍ଷେତ୍ରର ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ଫସଲ ହେଉଥିଲେ ୨୫% ଏବଂ ୫୦%ରୁ କମ୍‌ ହେଲେ ପ୍ରିମିୟମ ସିଲିଂ ୩୦% ହେବ। ବର୍ତ୍ତମାନର ପ୍ରିମିୟମ ଦର ହିସାବରେ ଖରିଫ ଫସଲ ଉପରେ ୨%, ରବି ଫସଲ ଉପରେ ୧.୫%, ଔଦ୍ୟୋଗିକ ଏବଂ ବାଣିଜ୍ୟ ଫସଲ ଉପରେ ୫% ପ୍ରିମିୟମ ରାଶି ଚାଷୀ ଦେଉଛନ୍ତି। ପ୍ରତ୍ୟେକ ପ୍ରିମିୟମ ଉପରେ ଚାଷୀଙ୍କୁ ଫସଲ ବୁଣା ପୂର୍ବରୁ ଏବଂ ପରବର୍ତ୍ତୀ ଅବଧି ଲାଗି ବ୍ୟାପକ ବୀମା ଉପଲବ୍ଧ କରାଯାଉଛି। ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ସରକାରଙ୍କ ନିକଟକୁ ୨୦୧୭ ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ପ୍ରିମିୟମ ଆସିଛି। ଏହି ସମୟରେ ସରକାର ୮ ହଜାର କୋଟି ଟଙ୍କାର ବୀମା ଦାବି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଫସଲ ବୀମାର ଲାଭ ଦେଶର ୩୦% ଫସଲ ଉତ୍ପାଦନ ହେଉଥିବା ଅଞ୍ଚଳରେ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri