Categories: ଜାତୀୟ

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ ଅମଳ ହେବା ପରେ ଚାଷୀ ଏଥିପାଇଁ ଆବଶ୍ୟକ ଟଙ୍କା ପୈଠ କରିବେ। ଏଥିପାଇଁ ରାଜ୍ୟ ସରକାର ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସହିତ ବୁଝାମଣା କରିଛନ୍ତି। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସରକାରୀ ଜମିରେ ରିଟେଲ ଆଉଟ୍‌ଲେଟ୍‌ ଖୋଲି ଚାଷୀଙ୍କୁ ଚାଷ ଲାଗି ଆବଶ୍ୟକ ଇନ୍ଧନ ଯୋଗାଇବ ବୋଲି ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବା ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଟି ରିଟେଲ ଆଉଟ୍‌ଲେଟ୍‌ ଖୋଲା ଯିବାର ଯୋଜନା ରହିଛି। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ଏଭଳି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

Share