ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା

ବଡ଼ସାହି,୨୮ା୧୨(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଅଦିନିଆ ବର୍ଷା ଦାଉ ସାଧିଛି। ଅମଳ ହୋଇ ବିଲରେ ଗଦା ହୋଇ ରହିଥିବା ପାଚିଲା ଧାନ ବର୍ଷାରେ ଓଦା ହୋଇ ଯାଇଛି ା ଚାଷ ଜମିଗୁଡିକରେ ପାଣି ଜମି ରହିଥିବାରୁ କଟା ହୋଇ ପଡିଥିବା ଧାନ ଗଜା ହେବା ଆଶଙ୍କା ଉପୁଜିଛି। ଫଳରେ ଏହି ବ୍ଲକ ଅଧୀନ ୩୦ ପଞ୍ଚାୟତରେ ଥିବା ଚାଷୀମାନଙ୍କ ପାଚିଲା ଧାନ ଫସଲ ନଷ୍ଟ ହେବାକୁ ବସିଛି। ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା କୌଣସି ସତର୍କ ସୂଚନା ଦିଆଯାଇ ନ ଥିବାରୁ ଚାଷୀମାନେ ପାଚିଲା ଧାନ ଫେରିପାଇବା ଆଶା ହରାଉଛନ୍ତି ା
ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ଧାନ ଚାଷକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା ା ଧାନ ରୁଆ ଓ ବୁଣା ପାଇଁ ଉପଯୁକ୍ତ ପାଣିପାଗ ନ ଥିବାରୁ ଚାଷୀମାନେ ଚିନ୍ତାରେ ପ୍ରମାଦ ଗଣୁଥିଲେ ା ଏପରିକି ଚାଷ ସମୟରେ ପାଣିର ଅଭାବ ସହିତ ମୌସୁମୀ ଜଳବାୟୁର ପରିବର୍ତ୍ତନ ହୋଇଥିଲା ା ଜୁନ ଓ ଜୁଲାଇ ମାସରେ ଧାନ ରୁଆ ହେବା ପରିବର୍ତ୍ତେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଷ ପାଇଁ ଆବଶ୍ୟକ ପାଣିର ଅଭାବ ପରିଲ୍ଲକ୍ଷିତ ହେଉଥିବା ବେଳେ ସ୍ଥାନେ ସ୍ଥାନେ ପୋକ ଦାଉ ସାଧିଥିଲେ। ଏପରି ସ୍ଥଳେ ଯାହା ବଞ୍ଚିଥିଲା ଅଦିନିଆ ବର୍ଷାରେ ଏବେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି ା ବ୍ଲକର ତଳିଆ ଅଞ୍ଚଳ ମାନଗୋବିନ୍ଦପୁର, ଶାଳଗାଁ, ମାଣତ୍ରୀ, ପଟିସାରୀ, ଚନ୍ଦନପୁର, ଦେଉଳିଆ, ବଳଭଦ୍ରପୁର, ମାଧପୁର ଆଦି ପଞ୍ଚାୟତରେ ଥିବା ଚାଷ ଜମିଗୁଡିକରେ ପାଣି ଜମି ରହିଛି। ବିଲରେ ପଡ଼ିଥିବା ଧାନ ଗୁଡିକ ନଷ୍ଟ ହେବାକୁ ବସିଛି ା ଖଳାରେ ମୁକୁଳା ହୋଇ ପଡିଥିବା ଧାନକୁ ଉଦ୍ଧାର କରିବା ପାଇଁ ବୁଦ୍ଧିବାଟ ଦିଶୁନାହିଁ ା ପୂର୍ବରୁ ଯାହାବି ଉଦ୍ଧାର ହୋଇଛି ତାକୁ ବିକିବା ପାଇଁ ବଡସାହିରେ ମଣ୍ଡି ଖୋଲିନାହିଁ ା ଉପାୟହୀନ ହୋଇ ବେପାରୀଙ୍କୁ ଶାଗମାଛ ଦରରେ ଧାନ ବିକିବାକୁ ପଡିବ ବୋଲି କଇଁଶାଳୀ ଗ୍ରାମର ଚାଷୀ ରାଧାକୃଷ୍ଣ ଜେନା କହିଛନ୍ତି। ସେହିପରି ଖୁଣ୍ଟାପାଳ ଗ୍ରାମର ଚାଷୀ ରମେଶ ମହାନ୍ତ କୁହନ୍ତି, ବର୍ଷା ପାଗ ଦେଖି ତରବରିଆ ଭାବେ ଧାନ ସବୁ ଘରକୁ ବୋହି ଆଣିଛୁ ା ରାସ୍ତା କଡ଼ରେ ଗଦା କରି ଧାନ ଗୁଡିକ ରଖିଥିବା ବେଳେ ଖରାପ ପାଗ ଦେଖି ସେଗୁଡିକ ଅମଳ କରାଯିବ ା ତେବେ ବିଭାଗ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି। ସେହିପରି ଦେଉଳିଆ ଗ୍ରାମର ଚାଷୀ ଅଜିତ୍‌ ମହାପାତ୍ର କୁହନ୍ତି, ତଳିଆ ତଥା ଖାଲୁଆ ଅଞ୍ଚଳରେ କଟା ହୋଇ ପଡିଥିବା ଧାନ ଗୁଡିକ ଗଜା ହେବାର ସମ୍ଭାବନା ରହିଛି ା ବର୍ଷା ଯୋଗୁଁ ଟ୍ରାକ୍ଟର କିମ୍ବା ବଳଦ ଗାଡ଼ିରେ ବୋହିବା କଷ୍ଟକର ହୋଇପଡିଛି ା କାନ୍ଧରେ ବାହୁଙ୍ଗି ସାହାଯ୍ୟରେ ଧାନ କଳେଇକୁ ଘରକୁ ବୋହି ନେବାକୁ ପଡୁଛି ା ସେହିପରି ଭାଗ ଚାଷୀ ଓ ଅଗ୍ରୀମ ଟଙ୍କା ଦେଇ ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ ା ଏପରି ସ୍ଥଳେ ବ୍ୟାଙ୍କରୁ ଋଣ କରି ଚାଷ କରିଥିବା ଚାଷୀଙ୍କୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିବ ା ସରକାରୀସ୍ତରରେ ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବାକୁ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର, ଯୁବ ନେତା ଶଶାଙ୍କ ଶେଖର କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri