ଛତ୍ରପୁର,୧୦ା୭(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀ ଓ ଚାଷର ବିକାଶ ହୋଇପାରୁନି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅନ୍ୟପଟେ ଚାଷ ପାଇଁ ଜଳସେଚନ ଅଭାବ ରହିଛି। ଫସଲ ବାବଦରେ ପ୍ରିମିୟମ ଦେଇ ବୀମା କରିଥିଲେ ମଧ୍ୟ ବିପର୍ଯ୍ୟୟ ପରେ ବହୁ ଚାଷୀ ବୀମା ସହାୟତା ପାଉନାହାନ୍ତି। ଏ ସବୁ ସମସ୍ୟାକୁ ନେଇ ପରିବାର ଚଳାଇବା ଚାଷୀ ପାଇଁ ମୁସ୍କିଲ ହୋଇପଡୁଛି ା ପରିବାର ଲୋକଙ୍କୁ ଦିନକୁ ଦୁଇ ମୁଠା ଖାଇବାକୁ ଯୋଗାଇବା ନିମନ୍ତେ ଚାଷ ପ୍ରତି ବିମୁଖ ହୋଇ ଚାଷୀ ଗାଁ ଛାଡିବାରେ ଲାଗିଛନ୍ତି। ଜିଲାର ଲକ୍ଷାଧିକ ଚାଷୀ ଓ କୃଷି ଶ୍ରମିକ ଏବେ ସୁରଟ, କେରଳ, ବମ୍ବେ, ମାଡ୍ରାସ ଆଦି ସ୍ଥାନରେ ଦାଦନ ଖଟୁଛନ୍ତି। ବିଶ୍ୱବ୍ୟାଙ୍କ ଓ ନାବାର୍ଡରୁ ରାଜ୍ୟ ସରକାର ଋଣ ଆଣି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରୁଥିଲେ ମଧ୍ୟ ଚାଷୀଙ୍କୁ ତାହାର ସୁଫଳ ମିଳୁ ନ ଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଚାଷୀ ଓ ଚାଷର ବିକାଶ ହେଉ ନ ଥିବାରୁ ଲକ୍ଷାଧିକ ଚାଷୀ ଘର ଛାଡ଼ୁଥିବା ଅଭିଯୋଗ କରିଛନ୍ତି।
ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ଜିଲାର ସମସ୍ତ ବ୍ୟାଙ୍କକୁ ସରକାର ଟାର୍ଗେଟ ଦେଉଛନ୍ତି। ମାତ୍ର କୃଷି ଋଣ ଦେବା ପାଇଁ ଆସିକା ଓ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରାୟତ ଓ ବ୍ୟବସାୟିକ ବ୍ୟାଙ୍କଗୁଡିକ ଆଗଭର ହେଉନାହାନ୍ତି। ଗତ ସପ୍ତାହରେ ଛତ୍ରପୁରଠାରେ ଅନୁଷ୍ଠିିତ ଗଞ୍ଜାମ ଜିଲା ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଥିଲା। ଉକ୍ତ ବୈଠକରେ ଅଧ୍ୟକ୍ଷତା କରୁଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ କ୍ଷୁବ୍ଧ ହୋଇଥିଲେ ା ଜିଲାରେ ଏକମାତ୍ର ବୃହତ ଋଷିକୁଲ୍ୟା ପ୍ରକଳ୍ପ ରହିଛି ା ବୃହତ ଓ ମଧ୍ୟମ ସେଚ ପ୍ରକଳ୍ପଗୁଡିକ ପୋତି ହୋଇଗଲାଣି ା ଜିଲାରେ ୧୦୩୦ଟି କ୍ଷୁଦ୍ର ଜଳସେଚ ପ୍ରକଳ୍ପ ମଧ୍ୟରୁ ୫୦୦ ପ୍ରକଳ୍ପ ପୋତି ହୋଇଛି ା ପାଣି ପଞ୍ଚାୟତ କରାଯାଇଥିଲେ ମଧ୍ୟ ପାଣିର ସୁଷମ ବଣ୍ଟନ ହେଉ ନ ଥିବା ବିଭିନ୍ନ ସମୟରେ ଚାଷୀମାନେ ଅଭିଯୋଗ କରୁଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରିଫ ଫସଲ ପାଇଁ ପାଣି ଅଭାବ ରହିଛି। ବର୍ଷା ଉପରେ ଭରସା କରାଯାଇଛି ା ଗତ ମାସ ଶେଷ ସପ୍ତାହରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଆଗାମୀ ଖରିଫ ଫସଲ ପାଇଁ ଆବଶ୍ୟକ ପଡୁଥିବା ଜଳସେଚନ ସୁବିଧା ଉପରେ ଆଲୋଚନା ହୋଇଥିଲା ା ଜିଲାର ୨୨ ବ୍ଲକ ମଧ୍ୟରୁ ୮ ଟି ବ୍ଲକକୁ ବୃହତ ଋଷିକୁଲ୍ୟା ପ୍ରକଳ୍ପରୁ ଜମା ପାଣି ମିଳୁନି ା ଜିଲାରେ ଚଳିତ ବର୍ଷ ୪ ଲକ୍ଷ ୮ ହଜାର ୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରୁ କେବଳ ୨ ଲକ୍ଷ ୮୭ ହଜାର ୮୧୧ ହେକ୍ଟର ଜମିକୁ ସେଚ ସୁବିଧା ଥିବା ବୈଠକରେ ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ସମସ୍ତ ଜମିକୁ ପାଣି ମିଳୁନି। ଆହୁରି ଜଣାଯାଇଛି, ୨୦୧୮ରେ ଜିଲାର ୧,୫୩,୧୯୪ ଜଣ ଚାଷୀ ପ୍ରିମିୟମ ଦେଇ ନିଜ ଫସଲର ବୀମା କରିଥିଲେ। ବାତ୍ୟା ଓ ବନ୍ୟା ଆସି ଫସଲ ଉଜୁଡିଛି। ହେଲେ ୧ ଲକ୍ଷ ଚାଷୀଙ୍କୁ ବୀମା ସହାୟତା ମିଳିନି ା ବିଭିନ୍ନ ନିୟମର ଆଳ ଦେଖାଇ ବୀମା କମ୍ପାନୀ ଏମାନଙ୍କୁ ବୀମା ସହାୟତା ପ୍ରଦାନ କରିନି ା
ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…
ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ
ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…
ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…
ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…
ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…
ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା
ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…
ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ
ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…
ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର
ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…
ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…
Archives

