ଚାଷଠୁ ଦୂରରେ ଚାଷୀ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଫସଲ ପାଇଁ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦିତ ଶସ୍ୟର ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି କରି ଚାଲିଛି। ଏଥିଯୋଗୁ ରାଜ୍ୟରେ ଜମି ପଡ଼ିଆ ପଡୁଛି ପଛକେ ଚାଷୀ ଚାଷ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଜମି ମାଲିକ ନିଜେ ଚାଷ ଛାଡ଼ି ଭାଗଚାଷୀଙ୍କ ଉପରେ ନିର୍ଭର କରୁଥିବା ବେଳେ ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ଋଣ ତଳିତଳାନ୍ତ କରି ଦେଉଛି। ଫଳରେ ଭାଗଚାଷୀମାନେ ମଧ୍ୟ ଚାଷ ଉପରୁ ଆସ୍ଥା ହରାଇବାକୁ ବସିଲେଣି। ଏଥିସହିତ ମାଟିର ଉର୍ବରତା ହ୍ରାସ ମଧ୍ୟ ଚାଷ ଜମି ପଡିଆ ପକାଇବା ପାଇଁ ବାଧ୍ୟ କରାଉଛି।
କୃଷି ବିଭାଗ ପରିସଂଖ୍ୟାନ କହୁଛି, ରାଜ୍ୟର ୩୦ ଜିଲାରେ ୬୧ ଲକ୍ଷ ୮୦ ହଜାର ହେକ୍ଟର ଚାଷ ଜମି ରହିଛି। ସେଥିରୁ ୨୦୧୯-୨୦ରେ ୮୪୮ ହେକ୍ଟର ଜମି ପଡ଼ିଆ ପଡ଼ିଥିଲା। ବିଶେଷକରି ଅଧିକ ଚାଷ ହେଉଥିବା ପୁରୀ ଜିଲାରେ ସର୍ବାଧିକ ୭୫ ହେକ୍ଟର ଜମି ଚାଷ ନ ହୋଇ ପଡିଆ ପଡିଥିବା ବେଳେ ମୟୂରଭଞ୍ଜରେ ୭୧, ଗଞ୍ଜାମରେ ୫୯, ବାଲେଶ୍ୱରରେ ୫୬, ବରଗଡ଼ରେ ୪୪, କେନ୍ଦୁଝରରେ ୫୪, କୋରାପୁଟରେ ୫୧, ବଲାଙ୍ଗୀରରେ ୩୨, ସମ୍ବଲପୁର ୩୦ ଏବଂ ସୁନ୍ଦରଗଡ ଜିଲାରେ ୩୧ ହେକ୍ଟର ଜମି ପଡ଼ିଆ ପଡିଛି। ସେହିପରି ଅନ୍ୟ ଜିଲାଗୁଡିକରେ ମଧ୍ୟ ୨୦ରୁ ୪୦ ହେକ୍ଟର ଜମିରେ ଚାଷ ନ ହୋଇ ପଡ଼ିଆ ପଡୁଛି। ଏହା ସରକାରୀ ତଥ୍ୟ ହୋଇଥିବାବେଳେ ବାସ୍ତବରେ ପଡ଼ିଆ ପଡ଼ୁଥିବା ଜମିର ପରିମାଣ ବହୁ ଗୁଣ ଅଧିକ ବୋଲି କୃଷକ ନେତା ଅକ୍ଷୟ କୁମାର କହିଛନ୍ତି।
କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ବାରମ୍ବାର ୟୁରିଆ ସାର ପ୍ରୟୋଗ ଯୋଗୁ ଜମିର ଉର୍ବରତା ମଧ୍ୟ ନଷ୍ଟ ହୋଇଯାଉଛି। ସେହି ମାଟିକୁ ପରୀକ୍ଷା କରି ତାହାର ପ୍ରତିକାର ପାଇଁ ସେପରି କିଛି ବ୍ୟବସ୍ଥା ହେଉ ନାହିଁ। ଫଳରେ ଚାଷୀମାନେ ବିଲରେ ଗୋଟିଏ ପ୍ରକାର ଚାଷ ବାରମ୍ବାର କରିବାରୁ ଉର୍ବରତା ନଷ୍ଟ ହେଉଛି। ଏଥିସହିତ ଚାଷୀମାନେ ସେମାନଙ୍କର ଉତ୍ପାଦିତ ମୂଲ୍ୟ ପାଉ ନ ଥିବା ବେଳେ ବେଳକୁ ବେଳ ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିଚାଲିଛି। ରାଜ୍ୟରେ ଧାନ ଏକ ପ୍ରମୁଖ ଶସ୍ୟ। ପ୍ରତ୍ୟେକ ଚାଷୀ ଧାନ କରିବାକୁ ପସନ୍ଦ କରିଥାଆନ୍ତି। ତେବେ ଏଥିରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଧାନ କୁଇଣ୍ଟାଲ ଉତ୍ପାଦନ ପାଇଁ ଚାଷୀଙ୍କୁ ୨୪୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ତେବେ ଏହି ଧାନକୁ ସରକାର ୧୮୧୫ ଟଙ୍କାରେ କିଣୁଛନ୍ତି। ଫଳରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୮୫ ଟଙ୍କା କ୍ଷତି ସହିବାକୁ ପଡୁଛି। ସେହିପରି ରାଜ୍ୟରେ ୨୦.୮ ଲକ୍ଷ ହେକ୍ଟରରେ ଡାଲିଜାତୀୟ ଓ ତୈଳବୀଜ ଫସଲ ହେଉଛି। ପନିପରିବା, ତୈଳବୀଜ ଓ ଡାଲିଜାତୀୟ ଫସଲରେ ମଧ୍ୟ ଚାଷୀଙ୍କୁ ପରିଶ୍ରମର ମୂଲ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପତ୍ତି ମଧ୍ୟ ଚାଷ ପାଇଁ ଆଉ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି। ପ୍ରତ୍ୟେକ ବର୍ଷ ବାତ୍ୟା, ବନ୍ୟା, ମରୁଡି କିମ୍ବା ରୋଗ ପୋକ ଭଳି ସମସ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି। ଗତ କିଛିବର୍ଷ ହେବ ଅନିୟମିତ ବର୍ଷା ଫସଲ ଉଜାଡି ଦେଉଛି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ହାରାହାରି ସ୍ବାଭାବିକଠାରୁ ୧୯ରୁ ୨୦ ପ୍ରତିଶତ କମ୍‌ ବର୍ଷା ହେଉଛି। ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୫୯.୮ ମିଲିମିଟର ବର୍ଷା ଜାଗାରେ ୧୨.୧ ମିଲିମିଟର ହେଉଛି।
ଧାନ ଚାଷୀ ହଳଧର ପରିଡାଙ୍କ କହିବା କଥା ହେଲା, ସାର ଓ କୀଟନାଶକ ଦରବୃଦ୍ଧି ଏବଂ ମଜୁରି ବୃଦ୍ଧି ଯୋଗୁ ଧାନ କୁଇଣ୍ଟାଲ ପିଛା ୩ ହଜାର ୫୦୦ ଟଙ୍କା ଖର୍ଚ୍ଚ ହେଉଛି। ସରକାର ୧୮୧୫ଟଙ୍କାରେ କିଣୁଛନ୍ତି। ଚଳିତବର୍ଷ ଆଉ ୫୩ ଟଙ୍କା ଅଧିକା ଦରରେ କିଣିବାକୁ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ କୁଇଣ୍ଟାଲ ପିଛା ଦେଢ ହଜାର ଟଙ୍କା କ୍ଷତି ହେଉଛି। ବାତ୍ୟା କିମ୍ବା ବନ୍ୟା ହେଲେ କ୍ଷତି ଆହୁରି ବଢ଼ିଯାଉଛି। ତେଣୁ ଘର ଖର୍ଚ୍ଚ ପାଇଁ ଧାନ ଚାଷ କରି ଅନ୍ୟ ଜମି ପଡ଼ିଆ ପକାଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି।
ରାଜ୍ୟ ସରକାର ଚାଷୀଙ୍କୁ ସହାୟତା କରିବା ପାଇଁ ଫସଲବୀମା ସହିତ ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହିତ ସାର, ବିହନ, କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇବା ସହ ଜଳସେଚନ ପାଇଁ ବ୍ୟବସ୍ଥା କରୁଛନ୍ତି। ଜମିର ଉର୍ବରତା ବଢାଇବା ପାଇଁ ରାଜ୍ୟ ସରକାର ଚଳିତବର୍ଷ କୃଷି ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ୬୫,୨୫୦ ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୮ଟି ଜିଲାରେ ଏହି ଚାଷ ହେବ। ଏଥିରେ ୨୦,୪୭୬ ଜଣ କୃଷକଙ୍କୁ ସାମିଲ କରାଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୈବିକ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ଓଡିଶା ଜୈବ କୃଷିନୀତି-୨୦୧୮ ପ୍ରଣୟନ କରିଛନ୍ତି। ଏଥିସହିତ କେନ୍ଦ୍ର ସହଭାଗିତାରେ ପରମ୍ପରାଗତ କୃଷି ବିକାଶ ଯୋଜନା ୨୦୧୭-୧୮ରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
କୃଷିି ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ପଞ୍ଜାବ ଓ ହରିୟାଣାରେ ଅତ୍ୟଧିକ ସାର ପ୍ରୟୋଗ ଯୋଗୁ ମାଟିର ଉର୍ବରତା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ତୁରନ୍ତ ଏ ଦିଗରେ ସରକାର ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ସହ ଚାଷୀମାନେ ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri