ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ

ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ ଡିମଶରର ୨ଜଣ ଶ୍ରମିକ ଚାଲି ଚାଲି ନୟାଗଡ ଆସୁଥିଲେ। ହେଲେ ଚିକାଗୋ ପୋଲିସ ସେମାନଙ୍କୁ ଅଟକ ରଖି ୧୮ ଦିନ କ୍ୱାରାଣ୍ଟାଇନ୍‌ରେ ରଖିଥିଲା। ପରେ ସେମାନେ ଚାଲି ଚାଲି ଆସି ଗଞ୍ଜାମରେ ପହଞ୍ଚତ୍ଥିଲେ। ସେଠାରେ ଦୁଇଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏକ ବସ୍‌ ଯୋଗ ନୟାଗଡ଼ ଆସିଥିଲେ। ଏବେ ସେମାନେ ଗୋଡିପଡା ନିକଟ ହରିପୁର ରଘୁ କୁନ୍ତଳା ବିଦ୍ୟାପୀଠ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେହିପରି ଝାଡ଼ଖଣ୍ଡରୁ ୧୧ ଶ୍ରମିକ ସାଇକେଲ ଯୋଗେ ନୟାଗଡ଼ ଫେରିଛନ୍ତି। ବୁଧବାର ଆଙ୍ଗିସିଙ୍ଗ ସ୍କୁଲରେ ୧୦ ଜଣ ଓ ଡିମିଶର ରଘୁକୁନ୍ତଳା ବିଦ୍ୟାପୀଠ ହରିପୁରରେ ଜଣେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ଶ୍ରମିକମାନେ ଲକ୍‌ଡାଉନ ଯୋଗୁ କାମ ହରାଇଥିଲେ। କିଛିଦିନ ପରେ ଅର୍ଥାଭାବରୁ ଖାଇବାକୁ ପାଇ ନ ଥିଲେ। ଶେଷରେ ଝାଡ଼ଖଣ୍ଡର ଶ୍ରମିକମାନେ ଧାରକରଜ କରି ସାଇକେଲରେ ଯୋଜନା କରିଥିଲେ। ଅନ୍ୟପକ୍ଷେ ପାଖରେ ଟଙ୍କା ନ ଥିବାରୁ ଡିମଶରର ୨ ଶ୍ରମିକ ଚାଲି ଚାଲି ଆସିବାକୁ ବାଧ୍ୟ ହୋଇଥିଲେ।