ଚାଲିଲେ ବଢେ ଆୟୁ

ୟୁନିଭରସିଟି ଅଫ୍‌ ସିଡ୍‌ନୀର ଗବେଷକମାନେ ଏବେ ଏକ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ଯେତେ ଦ୍ରୁତ ଗତିରେ ଚାଲିଥାଆନ୍ତି ସେମାନେ ସେତେ ଦୀର୍ଘାୟୁ ହୋଇଥାଆନ୍ତି। ଦ୍ରୁତ ଗତିରେ ଚାଲିଲେ ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମ୍‌ ହୋଇଥାଏ ବୋଲି ଏମାନେ ଦାବି କରିଛନ୍ତି। ସାଧାରଣତଃ ଦ୍ରୁତ ଗତିରେ ଚାଲିଲେ ଶରୀରର ଅନେକ ସମସ୍ୟା ଠିକ୍‌ ହୋଇ ଯାଇଥାଏ। ଏକ ନୂଆ ଗବେଷଣାରୁ ଜଣାପଡିଛି ବୟସ୍କ ବ୍ୟକ୍ତିମାନେ ଦ୍ରୁତ ଗତିରେ ଚାଲିଲେ ଏମାନଙ୍କ ନିକଟରେ ହୃଦଘାତ ସମସ୍ୟା ଦେଖାଯାଇ ନ ଥାଏ। ତେବେ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଘଣ୍ଟାକୁ ୫ରୁ ୭ କିଲୋମିଟର ଚାଲିଲେ ଜଣେ ଦୀର୍ଘାୟୁ ହୋଇଥାଏ ବୋଲି ଉକ୍ତ ଗବେଷକମାନେ ରିପୋର୍ଟରେ ସୂଚନା ଦେଇଛନ୍ତି।