ଚାଲିଛି ଭୂତ ଓ ସାପ ନାଁରେ ସ୍କୁଲ

କୋଲକାତା: ଭୂତ ଓ ସାପ ଭଳି ଅଜବ ନାମରେ ଚାଲୁଥିବା ସ୍କୁଲକୁ ପିଲା ଯାଉଛନ୍ତି। ଅଭିଭାବକମାନେ ବି ପିଲା ପଠାଉଛନ୍ତି। ପଶ୍ଚିମବଙ୍ଗର ନଦିୟା ଜିଲାରେ ଚାଲିଛି ଏମିତିକା ସ୍କୁଲ। ଏବେ କିନ୍ତୁ ଅଭିଭାବକମାନେ ସଫା କହିଦେଇଛନ୍ତି ଯେ,ସ୍କୁଲର ନାମ ନ ବଦଳାଇଲେ ସେମାନେ ଆଉ ପିଲା ପାଠାଇବେ ନାହଁି। ଏହାକୁ ଲକ୍ଷ୍ୟ କରି ସ୍କୁଲର ନାମ ଶୀଘ୍ର ପରିବର୍ତ୍ତନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଘୋଷ୍ଟ(ଭୂତ)କଲୋନି ପ୍ରାଇମେରୀ ସ୍କୁଲ, ଡେଡ୍‌ ସ୍ନେକ୍‌,କିଲ୍‌ ହ୍ୟୁମାନ, କିଲ୍‌ ହର୍ସ ନାମରେ ବି ବହୁ ସ୍କୁଲ ରହିଛି। ଅଭିଭାବକମାନେ ବହୁଥର ସ୍କୁଲର ନାମ ଉପରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏଯାବତ କିଛି ପଦକ୍ଷେପ ନିଆଯାଇନାହଁି । ଏହାର ନାମ ଶୀଘ୍ର ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଅଧିକାରୀମାନେ । ଶିକ୍ଷକମାନେ ମଧ୍ୟ ସେହି ସବୁ ସ୍କୁଲରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

Share