ଚାଲିଗଲେ ଶାହାରୁଖ ଖାଁଙ୍କ ଭଉଣୀ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‌ ଜହାଁଙ୍କ ପରଲୋକ ଘଟିଛି। ସେ କିଛିଦିନ ହେବ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁୂ ତାଙ୍କୁ ୫୨ ବର୍ଷ ହୋଇଥିଲା। ନୁର୍‌ ପାକିସ୍ତାନର ପେଶାଓ୍ବାରର କ୍ୱିସା ଖ୍ବାନି ବଜାର ନିକଟରେ ରହୁଥିଲେ। ତାଙ୍କ ଭାଇ ମନସୁର୍‌ ଜିଓ ନ୍ୟୁଜରେ ଜଣେ ଉପସ୍ଥାପକ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୮ ସାଧାରଣ ନିର୍ବାଚନରେ ନୁର୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ସେ ଏହାକୁ ଫେରାଇ ନେଇଥିଲେ। ସେ ପୂର୍ବରୁ କାଉନସିଲର ଭାବେ ମଧ୍ୟ କାର୍ଯ୍ୟକରି ସାରିଛନ୍ତି। ୨୦୧୧ରେ ଶାହାରୁଖଙ୍କ ଭେଟିବା ପାଇଁ ନୁର୍‌ ଭାରତ ଆସିଥିଲେ। ନୁର ଏବଂ ଶାହାରୁଖଙ୍କ ପିତା ସମ୍ପର୍କୀୟ ଭାଇ ଥିଲେ।

Share