Categories: ଜାତୀୟ

ଚାଲାଣ କାଟିବାରୁ ବଞ୍ଚିବାକୁ ଯାଇ ନୂଆ ଉପାୟ ଆପଣାଇଲେ ଯୁବକ

ଗାନ୍ଧିନଗର,୧୦।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ସାଧାରଣ ଜନତାଙ୍କ ଚିନ୍ତା ବଢି ଯାଇଛି। କାରଣ ଏବେ ଗାଡିର ଦାମ୍‌ ଅପେକ୍ଷା ଅଧିକ ଚାଲାଣ କଟାଯାଉଥିବାରୁ ଏହା ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଗୁଜରାଟ ଭଦୋଦରାର ଜଣେ ଯୁବକ ଏଥିରୁ ବଞ୍ଚିିବା ପାଇଁ ନିଜର ଆର୍‌ସି, ଡିଏଲ୍‌, ଇନସ୍ୟୁରାନ୍ସ, ପଲ୍ୟୁଶନ ସାର୍ଟିଫିକେଟ ଆଦିକୁ ନିଜ ହେଲ୍‌ମେଟରେ ଲଗାଇ ଦେଇ ଯାତ୍ରା କରୁଛନ୍ତି। ଫଳରେ ଯେଉଁଠାରେ ଏସବୁର ଯାଞ୍ଚ କରାଯାଉଛି ସେଠାରେ ପୋଲିସ ତାଙ୍କୁ ଦୂରରୁ ଦେଖି କିଛି ନ ପଚାରି ଛାଡି ଦେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ନୂଆ ମୋଟର ଯାନ ନିୟମ ଚଳିତ ମାସ ଆରମ୍ଭରୁ ଲାଗୁ ହୋଇଥିବା ବେଳେ ଲୋକେ ନିଜ ଗାଡିର କାଗଜ ପତ୍ର ଠିକ୍‌ ରଖି ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share