Categories: ଜାତୀୟ

ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି

ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି। ଏହାକୁ ନେଇ କିଛି ଅଜବ ଖବର ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ରବିବାର ରାତିରେ ମଧ୍ୟପ୍ରଦେଶର ଇନ୍ଦୋରରେ ଟ୍ରାଫିକ୍‌ ପୋଲିସ ଗାଡି ଗୁଡିକ ଯାଞ୍ଚ କରିବା ସହ ଚାଲାଣ କାଟୁଥିବା ଦେଖାଯାଇଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ପୋଲିସ ଅଟକାଇ ତାଙ୍କ ଗାଡିର କାଗଜ ପତ୍ର ମାଗିଥିଲା। ହେଲେ ବ୍ୟକ୍ତି ଜଣଙ୍କ ନିଜର ପରିଚୟ ଲୁଚାଇବା ଓ ପୋଲିସ ସହ କଥା କଟାକଟି ହେଉଥିବା ଦେଖାଯାଇଥିଲା। ଏହାପରେ ପୋଲିସ ତାଙ୍କର ୫ଶହ ଟଙ୍କା ଚାଲାଣ କାଟିଥିବା ବେଳେ ବ୍ୟକ୍ତି ଜଣଙ୍କ ହଠାତ୍‌ ନିଜ ବାଇକରେ ନିଆଁ ଲଗାଇ ଦେବା ସହ ସେଠାରୁ ଫେରାର ହୋଇଯାଇଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ହଇରାଣ କରିବା ଓ ଚାଲାଣ କାଟିବା ଫଳରେ ସେ ହଡବଡେଇ ଯାଇ ଏମିତି କରିଥାଇ ପାରନ୍ତି। ପୋଲିସ ଘଟଣାର ଯାଞ୍ଚ କରିବା ସହ ଫେରାର ଥିବା ଗାଡି ଚାଳକଙ୍କୁ ଖୋଜୁଥିବା ସୂଚନା ରହିଛି।

Share