ଚାଲାଣବେଳେ ଟ୍ରାକ୍ଟର ସହ କାଠ ଜବତ: ଡ୍ରାଇଭର ଫେରାର

ଅମରପାଲି, ୧୬।୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରାମହାରାଜପୁର ରେଞ୍ଜ ବୁଟୁଖମନ ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରି ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ।
ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଉକ୍ତ ଜଙ୍ଗଲରୁ କାଠ ବୋଝେଇକରି ଏକ ଟ୍ରାକ୍ଟରରେ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଅବିନାଶ ବରିହାଙ୍କ ନେତୃତ୍ୱରେ ହାତିଲିମୁଣ୍ଡା ବନପାଳ ସୁନୀଲ ତରିଆ, ବନରକ୍ଷୀ ରାମଶଙ୍କର ମେହେର ଓ ସ୍କ୍ବାର୍ଡ ଏହାକୁ ଜବତ କରିଥିଲେ। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଜବତ ଟ୍ରକ୍ଟରକୁ ସୁବଳୟା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଏ ନେଇ ଏକ ମାମଲା ନଂ. ୧/୨୦ ରୁଜୁ କରାଯାଇଥିବା ରେଞ୍ଜ ଅଧିକାରୀ ଅବିନାଶ ପ୍ରକାଶ କରିଛନ୍ତି।