Posted inଫୁରସତ

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା ଅନୁଭୂତି ମିଳିବ ତାହା ହୋଇଯିବ ଅବର୍ଣ୍ଣନୀୟ। ଠିକ୍‌ ଯେମିତି ଏହି ସବୁ ଟି’ପଟ୍‌। ଏଗୁଡିକ ଯେମିତି ଅଜବ ସେମିତି ଆକର୍ଷକ ଓ ସ୍ବତନ୍ତ୍ର। ତେଣୁ ଏଥିରୁ ଚା’ ଢାଳି ପିଇବାର ମଜା କିଏ ବା ନ ନେବାକୁ ଚାହିଁବେ…

ଅକ୍ଟୋପସ୍‌ ଟି’ପଟ୍‌- ଆଠଟି ଗୋଡ ଥିବା ଅକ୍ଟୋପସ୍‌ ଏକ ଅଜବ ପ୍ରାଣୀ ଅଟେ। ତେଣୁ ଏହି ଡିଜାଇନ୍‌ର ଟି’ପଟ୍‌ ବି ବହୁତ ଅଜବ ସହ ୟୁନିକ୍‌ ଲାଗେ। ଏହାର ଗୋଡକୁ କେବେ ଟି’ପଟ୍‌ର ହ୍ୟାଣ୍ଡେଲ ତ କେବେ କଭରଭାବେ ବ୍ୟବହାର କରାଯାଇଥାଏ।
ଅଜବ ଟି’ ପଟ୍‌- ସାଲ୍‌ଭାଡର୍‌ ଦାଲି ହେଉଛନ୍ତି ଜଣେ ସ୍ପେନୀୟ ଲେଖକ,ଚିତ୍ରକର, ଡିଜାଇନର୍‌ ଓ ଚଳଚ୍ଚିତ୍ର ନିର୍ମାତା। ସେ ତାଙ୍କର ଅଜବ ପେଣ୍ଟିଂ ଓ ଆର୍ଟ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ତେବେ ତାଙ୍କ ଟି’ପଟ୍‌ ଡିଜାଇନ୍‌ଗୁଡିକ ବହୁତ ଚର୍ଚ୍ଚିତ। ସେଗୁଡିକ ବହୁତ ଅଜବ। ସାଧାରଣ ଟି’ପଟ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏସବୁକୁ ଦେଖିଲେ ତ ପ୍ରଥମ ନଜରରେ ଜାଣି ହେବନି ଏହା ଟି’ପଟ୍‌ ବୋଲି। ଆଉ ତା ଭିତରେ ଏତେ ସୃଜନଶୀଳତା ଭରିରହିଥାଏ ଯେ, ଦେଖଣାହାରୀଙ୍କ ନଜର ତା’ଠୁ ହଟି ନ ଥାଏ।

ମର୍ଲିନ ମୋନରୋ ଟି’ପଟ୍‌- ଈଷତ୍‌ ଧଳାରଙ୍ଗର ଏହି ଟି’ପଟ୍‌ର ଡିଜାଇନ୍‌ ବହୁତ ସିମ୍ପଲ୍‌। ହେଲେ ଏଥିରେ ଥିବା ଗୋଟିଏ ବିଶେଷତ୍ୱକୁ ଦେଖିଲେ ମନେପଡିଯିବ ମର୍ଲିନ୍‌ ମୋନରୋଙ୍କ କଥା। ସେ ହେଉଛି ଲାଲରଙ୍ଗର ଆକର୍ଷକ ଓଠ ସାଙ୍ଗକୁ ପାଶର୍‌ବରେ ଥିବା ସୁନ୍ଦର କଳାଜାଇ। ସେଥିପାଇଁ ଏହାକୁ ମର୍ଲିନ ମୋନରୋ ଟି’ପଟ୍‌ କୁହାଯାଉଛି।

ଆର୍ଟିଷ୍ଟିକ୍‌ ଟି’ପଟ୍‌- ଏହି ଟି’ପଟ୍‌ ଚିତ୍ରକଳାକୁ ଆଧାର କରି କରାଯାଇଛି। ତେଣୁ ଏଥିରେ ପେଣ୍ଟ ବ୍ରଶ୍‌, କଲର୍‌ ଆଦିର ଝଲକ ଦେଖିବାକୁ ମିଳେ। ଏଥିରେ ଗୋଟିଏ ଟି’ପଟ୍‌ ତ ଦେଖିବାକୁ ସମ୍ପୂର୍ଣ୍ଣଭାବେ କଲର୍‌ ବ୍ରଶ ଭଳି।

ମେଶିନ୍‌ ଟି’ପଟ୍‌- ଯାନ୍ତ୍ରିକ ଉପକରଣର ରୂପ ଦିଆଯାଇଛି ଏହି ଟି’ପଟ୍‌ଗୁଡିକୁ। କେଉଁ ଟି’ପଟ୍‌ ଦେଖିବାକୁ ସିଲେଇ ମେଶିନ, ଟେଲିଫୋନ୍‌ ଭଳି ତ କେଉଁଟି ସାଣ୍ଡଓ୍ବିଚ୍‌ ମେକର୍‌, ଟାଇପ୍‌ ରାଇଟର୍‌ ପରି। ଏସବୁ ଟି’ପଟ୍‌ରୁ ଚା’ ଢାଳିବାବେଳେ ଘରକୁ ଆସିଥିବା ଅତିଥି ବି ଚକିତ ହୋଇଯିବେ।

ଭ୍ୟାନ୍‌ ପରି ଟି’ପଟ୍‌- ୬୦ ଦଶକରେ ଭିଡବ୍ଲ୍ୟୁ ଭ୍ୟାନ୍‌ର ବେଶ୍‌ ଲୋକପ୍ରିୟତା ଥିଲା। ଏବେବି ଏହାର ଲୋକପ୍ରିୟତା କମିନି। ସେଥିପାଇଁ ତ ଟି’ପଟ୍‌ରେ ବି ଏହାକୁ ରୂପ ଦିଆଯାଇଛି।

ଫୁଲ ଆକାରର ଟି’ପଟ୍‌- ଏହି ଟି’ପଟ୍‌ ଦେଖିବାକୁ ପୂରାପୂରି ଫୁଲ ଭଳି। ତେଣୁ ଏହାକୁ ଦେଖିଲେ ଲାଗିବ ଏହା କୌଣସି ହୋମ୍‌ ଡେକୋର୍‌ ଆଇଟମ୍‌ ବୋଲି।

ମୋନାଲିସା ଟି’ପଟ୍‌- ଲିଓନାର୍ଡୋ ଦା ଭିନ୍ସିଙ୍କର ବହୁ ପ୍ରସିଦ୍ଧ ପେଣ୍ଟିଂ ମୋନାଲିସା ବି ଟି’ପଟ୍‌ର ରୂପ ନେଇଛି। ସେ ପୁଣି ବିଭିନ୍ନ ଢଙ୍ଗରେ। ଏହି ପେଣ୍ଟିଂକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଉପହାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri