ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ ନେଇ ନିଜକୁ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ କରିନେଲେ। ପୁଣି ମାତ୍ର ମାସ କେଇଟାରେ ୨୩ କିଗ୍ରା ଓଜନ କମାଇବାକୁ ପଡ଼ିବ। ଅବଶ୍ୟ ତାଙ୍କର ଫିଜିକାଲ ଟ୍ରେନ୍‌ର ଏ ନେଇ ବ୍ୟସ୍ତ ନ ହୋଇ ପାଞ୍ଚ ମାସ ଭିତରେ ଓଜନ କମାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଅକ୍ଷୟଙ୍କ ଯୋଜନା ଥିଲା କିଛି ଅଲଗା। ସେ ମାତ୍ର ୪ ମାସ ଭିତରେ ୨୩ କିଗ୍ରା ଓଜନ କମାଇବାରେ ସକ୍ଷମ ହୋଇଥିଲେ।

Share