Categories: ଜାତୀୟ

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଏହାକୁ ହ୍ୟାକ୍‌ କରିଛନ୍ତି। ଏବେ ଭାରତରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଟିକୋଟି ଜନତାଙ୍କ ଡାଟା ଲିକ୍‌ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଜୟ ନାମକ ଜଣେ ପ୍ରୋଗ୍ରାମର ଏହାକୁ ହ୍ୟାକ କରିଥିବାର ଦାବି କରିଛନ୍ତି। ଜୟ ପ୍ରଥମେ ଆରୋଗ୍ୟ ସେତୁ ଆପ୍‌ ରେ ଥିବା ସିକ୍ୟୁରିଟି ବ୍ରିଚ୍‌କୁ ନେଇ ଅନୁସନ୍ଧାନ କରୁଥିଲେ। ପରେ ସେ ଏହି ଆପ୍‌କୁ ହ୍ୟାକ କରିବାରେ ସଫଳ ହେଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏଥିକାଲ ହ୍ୟାକର ଏଲିଅଟ ଆଲଡରଶନ କିଛିଦିନ ପୂର୍ବେ ମେ’ ୫ରେ ଟୁଇଟ୍‌ କରି କହିଥିଲେ ଯେ ଭାରତର ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷା ସମସ୍ୟା ରହିଛି। ଏହା ଜାଣିବା ପରେ ଜୟ ଆରୋଗ୍ୟ ସେତୁ ଆପ୍‌କୁ ହ୍ୟାକ କରିବାକୁ ଉଦ୍ୟମ କରିଥିଲେ।

Share