ଚାରିମାସର ବାଛୁରୀ ଛୁଆ ସହ ଖେଳିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ସେଠାରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଜି ବିରାଟଙ୍କର ଜନ୍ମଦିନ ଥିବାରୁ ଉଭୟ ସେଠାକୁ ଜାଇଥିବା ଜଣାପଡିଛି। ସୋଶାଲ ମିଡିଆରେ ଭୁଟାନର ପରିବା ମାର୍କେଟର ଫଟୋକୁ ଶେଆର୍‌ କରି ଅନୁଷ୍କା ଲେଖିଛନ୍ତି, ‘ପରିବା ମଣ୍ଡିରେ ମୁଁ ସତ ଖୁସି ଅନୁଭବ କଲି। ପିଲାଦିନର ସ୍ମୃତି ମନେ ପଡିଯାଉଛି ବୋଲି କହିଛନ୍ତି। ଏହାସହ ଆଉ ଏକ ଫଟୋରେ ବିରୁଷ୍କା ଭୁଟାନରେ ଏକ ପରିବାର ଲୋକଙ୍କ ସହ ତଳେ ବସିଥିବାରୁ ଦେଖାଯାଉଛି। ଫଟୋ କ୍ୟାପଶନରେ ଅନୁଷ୍କା ଲେଖିଛନ୍ତି, ଆଜି ଏକ ଚାରିମାସର ବାଛୁରୀ ଛୁଆକୁ ଭେଟି ତାହା ସହ ଖେଳିବାର ସୁଯୋଗ ପାଇଲି। ସେଠାରେ ଥିବା ଏକ ଝୁମ୍ପୁଡି ଘରକୁ ଯାଇ ଗୋଟେ କପ୍‌ ଚା’ ମାଗିଥିଲି। ସେମାନେ ସ୍ନେହରେ ଚା’, ବିସ୍କୁଟ ଦେଇଥିଲେ। ସେମାନଙ୍କୁ ଆମେ କିଏ ଏବଂ କେଉଁଠୁ ଆସିଛୁ ଆଦୌ ଜଣା ନ ଥିଲା। ଏହାସତ୍ତ୍ୱେ ସେମାନେ ଆମକୁ ଆଦରର ସହ ନିଜ ଘର ଭିତରକୁ ନେଇ ବୁଲାଇଥିଲେ। ସୂଚନାଯୋଗ୍ୟ, ଶାହରୁଖଙ୍କ ଫିଲ୍ମ ‘ଜିରୋ’ ପରେ ଅନୁଷ୍କା ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ କରିନାହାନ୍ତି। ଏଥିରେ ସେ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫଙ୍କ ସହିତ ଅଭିନୟ କରିଥିଲେ।

Share