Categories: ଜାତୀୟ

ଚାରିଧାମ ଯାତ୍ରା: ଗୋଟିଏ ମାସରେ ୪୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହରିଦ୍ୱାର, ୭।୬: ମେ ୭ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଏହି ଯାତ୍ରାକୁ ଶୁକ୍ରବାରକୁ ମାସେ ମାସେ ପୂରିଛି। ଇତିମଧ୍ୟରେ ଏହି ଯାତ୍ରା ସମ୍ରରେ ୪୧ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାତ୍ରା ସମୟରେ ଉଚ୍ଚତମ ପାହାଡ ଚଢିବାକୁ ପଡୁଥିବାରୁ ଅମ୍ଳଜାନ ମାତ୍ରା କମିଯିବା ଫଳରେ ହୃଦଘାତ ଘଟୁଛି ବୋଲି କୁହାଯାଉଛି। ୨୦୧୮ ତୁଳନାରେ ଚଳିତବର୍ଷ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ଗତବର୍ଷ ଯାତ୍ରାର ପ୍ରଥମ ମାସରେ ୨୮ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଚାରିଧାମ ଯାତ୍ରା ୬ମାସ ଧରି ଚାଲିବ।

Share