Posted inଫୁରସତ

ଚାଣକ୍ୟଙ୍କ ମୃତ୍ୟୁ ଆଜି ବି ରହସ୍ୟାବୃତ୍ତ

ପ୍ରାଚୀନ ଭାରତରେ ଏମିତି କିଛି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ଯେ କି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେହିପରି ଜଣେ ମହାନ୍‌ ବ୍ୟକ୍ତି ହେଉଛନ୍ତି ଚାଣକ୍ୟ। ଯିଏ ‘କୌଟିଲ୍ୟ’ ନାମରେ ସୁବିଖ୍ୟାତ। ଚାଣକ୍ୟ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଥିଲେ। ସେ କେତେକ ଗ୍ରନ୍ଥ ମଧ୍ୟ ରଚନା କରିଯାଇଛନ୍ତି। ଯେଉଁଥିରୁ ‘ଅର୍ଥଶାସ୍ତ୍ର’ ପ୍ରମୁଖ ଅଟେ। ଅର୍ଥଶାସ୍ତ୍ରକୁ ମୌର୍ଯ୍ୟକାଳୀନ ଭାରତୀୟ ସମାଜର ଦର୍ପଣ କୁହାଯାଏ। ଏହା ବ୍ୟତୀତ ସେ ଏମିତି କିଛି କାମ କରିଯାଇଛନ୍ତି, ଯେଉଁଥିପାଇଁ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି। ଚାଣକ୍ୟଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୩୭୫ରେ ହୋଇଥିଲା। ଖ୍ରୀଷ୍ଟପୂର୍ବ ୨୮୩ରେ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କର ମୃତ୍ୟୁ କେମିତି ହୋଇଥିଲା ତାହା ରହସ୍ୟମୟ ହୋଇ ରହିଯାଇଛି।
ଚାଣକ୍ୟଙ୍କ ଅସଲ ନାମ ବିଷ୍ଣୁଗୁପ୍ତ ଥିଲା। ଏହି ନାମକୁ ସେ ନିଜେ ଦେଇଥିଲେ। କୁହାଯାଏ, ମଗଧ ରାଜା ଧନାନନ୍ଦଙ୍କ ଦ୍ୱାରା ରାଜଦ୍ରୋହ ଅପରାଧରେ ଚାଣକ୍ୟଙ୍କ ପିତା ଚଣକଙ୍କୁ ହତ୍ୟା କରିବା ପରେ ତାଙ୍କ ସୈନିକଙ୍କଠାରୁ ରକ୍ଷା ପାଇବା ପାଇଁ ନିଜ ନାମ ବଦଳାଇ ବିଷ୍ଣୁଗୁପ୍ତ ରଖିଥିଲେ। ଚାଣକ୍ୟ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଇଥିଲେ। ନନ୍ଦବଂଶର ରାଜା ଧନାନନ୍ଦଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ଚନ୍ଦ୍ରଗୁପ୍ତଙ୍କୁ ମଗଧର ରାଜା କରାଇଥିଲେ। କୌଟିଲ୍ୟ ବା ଚାଣକ୍ୟଙ୍କ ଦ୍ୱାରା ନନ୍ଦ ବଂଶର ବିନାଶ ହୋଇଥିଲା।
ସବୁଠାରୁ ରହସ୍ୟର କଥା ହେଲା ଚାଣକ୍ୟଙ୍କ ମୃତ୍ୟୁ। ମଗଧର ରାଣୀ ହେଲେନା ବିଷ ଦେଇ ତାଙ୍କୁ ମାରିଥିଲେ। ଆଉ ଏକ କାହାଣୀ ଅଛି, ରାଜା ବିନ୍ଦୁସାରଙ୍କ ମନ୍ତ୍ରୀ ସୁବନ୍ଧୁ ଚାଣକ୍ୟଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ଯାହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରୁ କେଉଁ କାହାଣୀ ସତ ତାହା ଆଜିପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri