Categories: ଜାତୀୟ

ଚାକିରି ମାଗିବାରୁ ଲାଠିମାଡ଼

ପଟିଆଲା,୯ା୩(ଆଇଏଏନ୍‌ଏସ୍‌): ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଦର୍ଶାଇ ରବିବାର ପଟିଆଲାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିଯୁକ୍ତି ଦାବିରେ ବହୁସଂଖ୍ୟକ ଯୁବତୀଯୁବକ ବିକ୍ଷୋଭ କରୁଥିବାବେଳେ ସେମାନଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକେ ଆହତ ହୋଇଛନ୍ତି। ଏପରି କି ପୋଲିସ ଅନେକ ମହିଳା ବିକ୍ଷୋଭକାରୀଙ୍କ ଚୁଟିଟାଣି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Share