ଚାକରାଣୀଙ୍କ ଛୁରା ମାଡ଼ରେ ବୃଦ୍ଧ ଗୁରୁତର

ଭୁବନେଶ୍ୱର, ୧୯ା୭(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ଚାକରାଣୀଙ୍କ ଛୁରା ମାଡ଼ରେ ଜଣେ ୯୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ, ହାତ, ନାକ ଆଦି ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆହତ ବୃଦ୍ଧ ଜଣକ ହେଲେ ଧରଣୀଧର ରାଉତରାୟ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ତେବେ ଏକ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଚଳାଇଛି। ମହିଳା ଜଣକ ତାଙ୍କ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିଲେ। ବୃଦ୍ଧ ଜଣକ ବିରୋଧ କରିବାରୁ ଆଣିଥିବା ଛୁରିରେ ବେକକୁ କାଟିଦେବା ସହ ଶରୀର ବିଭିନ୍ନ ଜାଗାରେ ଭୁସିଦେଇ ଫେରାର ହୋଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ଧରଣୀଧର ପରିବାର ସହ କପିଳ ପ୍ରସାଦ ବିଡିଏ କଲୋନୀ ଏଚ୍‌ଆଇଜି-୧/୬ରେ ରହୁଛନ୍ତି। ତାଙ୍କ ଘର କାମ କରିବାକୁ ଆସୁଥିବା ଜଣେ ଚାକରାଣୀଙ୍କର ଦେହ ଖରାପ ହେବାରୁ ସେ କିଛିଦିନ ହେବ ଆସିପାରି ନ ଥିଲେ। ତେଣୁ ଧରଣୀଧର ତାଙ୍କର ଜଣେ ଚିହ୍ନା ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେ ଜଣେ ଚାକରାଣୀଙ୍କୁ ପଠାଇଥିଲେ। ସେ ତାଙ୍କ ଘରକୁ ଆସି କାମ କରୁଥିଲେ। ହେଲେ ପୂର୍ବରୁ କାମ କରୁଥିବା ଚାକରାଣୀଙ୍କର ଦେହ ସୁସ୍ଥ ହୋଇଯିବାରୁ ସେ ପହଞ୍ଚତ୍ ଦୁଇଦିନ ପରେ ଆସି କାମ କରିବାକୁ କହିଥିଲେ। ତେଣୁ ଧରଣୀଧର କାର୍ଯ୍ୟରତ ଚାକରାଣୀକୁ ଆଉ ନ ଆସିବାକୁ କହିଥିଲେ। କିନ୍ତୁ ଶୁକ୍ରବାର ସକାଳେ ସେ ହଠାତ୍‌ ପହଞ୍ଚତ୍ କାମ କରିବାକୁ ଜିଦ୍‌ ଧରିଥିଲେ। ଏଥିରେ ଧରଣୀଧର ଓ ତାଙ୍କ ପରିବାର ଲୋକେ ଚକିତ ହୋଇପଡିବା ସହ କଥାବାର୍ତ୍ତାକୁ ନେଇ ତାଙ୍କ ଉପରେ ସନ୍ଦେହ କରି ତୁରନ୍ତ ଚାଲିଯିବାକୁ କହିଥିଲେ। ହେଲେ ଉକ୍ତ ମହିଳା ଜଣକ ସେଠାରୁ ଯିବାର ୫ ମିନିଟ୍‌ ପରେ ପୁଣି ଆସି ସେଠାରେ ପହଞ୍ଚତ୍ ଝାଡୁ କରିବାକୁ ମ୍ୟାଡାମ୍‌ ପଠାଇଥିବା କହିଥିଲେ। ହେଲେ ଧରଣୀଧର ତାଙ୍କୁ ଘର ବାରଣ୍ଡାରେ ବସାଇ କେଉଁ ମ୍ୟାଡାମ କହିଛନ୍ତି ସେ ଆସିଲେ ଝାଡୁ କରିବ ବୋଲି କହି ବାରଣ୍ଡାରେ ବସାଇଥିଲେ। ସେତେବେଳେ ଘରେ ଧରଣୀଧର ଓ ତାଙ୍କ ବୋହୂ ଥିଲେ। କିଛି ସମୟ ପରେ ବୋହୂ ବାଥରୁମ୍‌କୁ ଗାଧୋଇବାକୁ ଯାଇଥିବାବେଳେ ଧରଣୀଧର ଠାକୁର ପୂଜା କରୁଥିଲେ। ଏହି ସମୟରେ ଚାକରାଣୀ ଜଣକ ହଠାତ ଘର ଭିତରକୁ ପଶି ବାଥ୍‌ରୁମ୍‌ କବାଟକୁ ବାହାରୁ ବନ୍ଦ କରିଦେଇଥିଲେ। ଫଳରେ ବୋହୂଙ୍କ ଚିତ୍କାର ଶୁଣି ଧରଣୀଧର ପହଞ୍ଚତ୍ବାରୁ ଚାକରାଣୀ ଜଣକ ଲୁଚାଇ ରଖିଥିବା ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧରଣୀଧର ତଳେ ପଡି ଛଟପଟ ହେଉଥିଲେ ମଧ୍ୟ ଚାକରାଣୀ ତାଙ୍କ ଶରୀରକୁ ବାରମ୍ବାର ଛୁରିରେ ଭୁସି ଚାଲିଥିଲେ। ପାଟିଶୁଣି ପଡୋଶୀ ଲୋକେ ଆସିଯିବାରୁ ଚାକରାଣୀ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପଡୋଶୀ ଲୋକେ ଧରଣୀଧରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ।