ନୂଆଦିଲ୍ଲୀ, ୨୩ା୬ (ପି.ଟି.): ଚାଇନା ତିଆରି ସାମଗ୍ରୀ ତ୍ରୁଟିଯୁକ୍ତ ଦର୍ଶାଇ ଏହାକୁ ବର୍ଜନ କରିବ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍ଏଫ୍)। ଗତ ସପ୍ତାହରେ ଇଷ୍ଟର୍ନ ଲଦାଖରେ ଚାଇନା ସୈନ୍ୟଙ୍କ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହେବା ପରେ ମହାସଂଘ ଏହି ପଦକ୍ଷେପ ନେଇଛି। ଆଇଡବ୍ଲ୍ୟୁଏଲ୍ଏଫ୍ ଗତବର୍ଷ ଚାଇନିଜ୍ କମ୍ପାନୀ ‘ଜେକେସି’ରୁ ବାର୍ବେଲ୍ଟ ଏବଂ ଓ୍ବେଟ୍ ପ୍ଲେଟ ସମେତ ଚାରୋଟି ଓ୍ବେଟ୍ଲିଫ୍ଟିଂ ସେଟ୍ ମଗାଇଥିଲା। ଏଥିରେ ତ୍ରୁଟି ଥିବାରୁ ଓ୍ବେଟଲିଫ୍ଟରମାନେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି। ମହାସଂଘର ସାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି, ଆମେ ଚାଇନାର ସମସ୍ତ ପ୍ରକାର ଚାଇନିଜ୍ ସାମଗ୍ରୀ ବର୍ଜନ କରିବା ଉଚିତ୍। ଚାଇନା ତିଆର କୌଣସି ସାମଗ୍ରୀ ବ୍ୟବହାର ନ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ। ଆଇଡବ୍ଲ୍ୟୁଏଲ୍ଏଫ୍ ଏହାର ନିଷ୍ପତ୍ତି ସମ୍ପର୍କରେ ସ୍ପୋଟର୍ସ ଅଥରିଟି ଅପ୍ ଇଣ୍ଡିଆ (ସାଇ)କୁ ଅବଗତ କରିଛି। ଭବିଷ୍ୟତରେ ମଧ୍ୟରେ ଆମେ ଚାଇନା ସେଟ୍ ବ୍ୟବହାର କରିବୁ ନାହିଁ। ଭାରତ କିମ୍ବା ଅନ୍ୟ ଦେଶର କମ୍ପାନୀର ସେଟ୍ ମଗାଇବୁ। ଜାତୀୟ କୋଚ୍ ବିଜୟ ଶର୍ମା କହିଛନ୍ତି ଚଳିତ ମାସ ପ୍ରାରମ୍ଭରେ କୋଭିଡ୍-୧୯ ଲକ୍ଡାଉନ୍ କୋହଳ ହେବା ପରେ ଭାରୋତ୍ତୋଳକମାନେ ଯେତେବେଳେ ଟ୍ରେନିଂ ଆରମ୍ଭ କଲେ ସେତେବେଳେ ପ୍ଲେଟଗୁଡ଼ିକ ନିମ୍ନମାନର ଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକୁ ବ୍ୟବହାର କରି ହେବ ନାହିଁ। କ୍ୟାମ୍ପରେ ଯୋଗ ଦେଇଥିବା ସମସ୍ତ ଓ୍ବେଟ୍ଲିଫ୍ଟର ଚାଇନାକୁ ବିରୋଧ କରୁଛନ୍ତି। ସେମାନେ ଟିକ୍ ଟକ୍ ଭଳି ଚାଇନିଜ୍ ଆପ୍ର ବ୍ୟବହାର ବନ୍ଦ କରିଛନ୍ତି। ଏପରିକି ଅନ୍ଲାଇନ୍ରେ କିଛି ମଗାଇଲେ ସମଗ୍ରୀଟି କେଉଁଠାରେ ତିଆରି ହୋଇଛି ତାହା ଯାଞ୍ଚ କରି ଦେଖୁଛନ୍ତି। ତେବେ ଚାଇନାରୁ କାହିଁକି ଓ୍ବେଟ୍ ଲିଫ୍ଟିଂ ସରଞ୍ଜାମ ମଗା ଯାଇଥିଲା ବୋଲି ପଚରାଯିବାରେ ଶର୍ମା କହିଥିଲେ ଟୋକିଓ ଅଲିମ୍ପିକ୍ସରେ ଚାଇନା ସରଞ୍ଜାମ ବ୍ୟବହାର କରିବାକୁଥିବାରୁ ଆମ ଲିଫ୍ଟରମାନେ ଯେପରି ଏଥିସହିତ ଆଗୁଆ ଅଭ୍ୟସ୍ତ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥିଲୁ। ଅଲିମ୍ପିକ ଟ୍ରେନିଂ ପାଇଁ ବର୍ଷକ ପୂର୍ବେ ଆମେ ଚାଇନାର ୪ ସେଟ୍ ମଗାଇଥିଲୁ। ମାତ୍ର ଲକ୍ଡାଉନ୍ କୋହଳ ପରେ ଟ୍ରେନିଂ ଆରମ୍ଭ ହେବାବେଳେ ଆମେ ଏଗୁଡ଼ିକର ବ୍ୟବହାର କରି ନାହୁଁ। ଚାଇନିଜ ସମଗ୍ରୀକୁ ସମସ୍ତ ଲିଫ୍ଟରମାନେ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି। ଶର୍ମା କହିଛନ୍ତି ଚାଇନାରୁ ଆମେ ପ୍ରଥମ ଥର କ୍ରୀଡ଼ା ସରଞ୍ଜାମ ମଗାଇଥିଲୁ। ଦେଖିଲୁ ତାହା ଅତ୍ୟନ୍ତ ନିମ୍ନ ମାନର। ଆମ ଓ୍ବେଟ୍ଲିଫ୍ଟରମାନେ ବର୍ତ୍ତମାନ ସ୍ବିଡେନ ତିଆର ସରଞ୍ଜାମରେ ଟ୍ରେନିଂ ନେଉଛନ୍ତି। ଅଧିକାଂଶ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବିଡିଶ କମ୍ପାନୀ ‘ଏଲିକୋ’ ନିର୍ମିତ ସରଞ୍ଜାମ ବ୍ୟବହାର କରିଥାନ୍ତି। ମୁଖ୍ୟ ଟ୍ରେନିଂ ପାଇଁ ସାଇ ଆମକୁ ଏଥିରୁ ୧୦ ସେଟ୍ ଯୋଗାଇ ଦେଇଛି।
ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ
ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…
T20 ବିଶ୍ୱକପ୍ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍ର ଲକ୍ଷ୍ୟ
ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍ ୨୦୨୬ର ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍ର ଏକ ବଡ ସ୍କୋର ଛିଡ଼ା…
ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…
ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…
T20 ବିଶ୍ୱକପ୍ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍ ୨୦୨୬ର ଗ୍ରୁପ୍-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ…
୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ
ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…
ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା
ଇସଲାମାବାଦ୍,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…
ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର
ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…
ସୁପର-୮ରେ ୩ ମ୍ୟାଚ୍ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…
Archives

