ଚାଇନା-ରୁଷିଆ ସୀମା ସିଲ୍‌

ବେଜିଂ,୮ା୪: ଚାଇନା ଓ ରୁଷିଆ ମଧ୍ୟରେ ଥିବା ସ୍ଥଳ ସୀମାକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି। ଚାଇନାର ୫୯ ନାଗରିକଙ୍କଠାରେ କରୋନା ଭାଇରସ୍‌ ଚିହ୍ନଟ ହେବା ପର ଭ୍ଲାଡିଭୋଷ୍ଟକ୍‌ ସୀମାନ୍ତ ସ୍ଥଳ ଓ ନଦୀ ବନ୍ଦର ସୀମାକୁ ଉଭୟ ପଟୁ ବନ୍ଦ କରିଦିଆଯାଇଛି। ଏହି ନାଗରିକମାନେ ଉକ୍ତ ସୀମା ଦେଇ ଚାଇନାକୁ ଫେରିଛନ୍ତି। ସେମାନଙ୍କୁ ଘରୋଇ ବିମାନରେ ଚାଇନା ଅଣାଯାଇଛି। ସମସ୍ତ କରୋନା ପଜିଟିଭ୍‌ଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଭ୍ଲାଡିଭୋଷ୍ଟକ୍‌ସ୍ଥିତ ଚାଇନା କନ୍‌ସୁଲେଟର ଓ୍ବେବ୍‌ସାଇଟ୍‌ରେ ଏକ ନୋଟିସ ଜାରି କରାଯାଇଛି। କେବଳ ସ୍ବତନ୍ତ୍ର ପାସ୍‌ ରଖିଥିବା ବ୍ୟକ୍ତିଙ୍କୁ ରୁଷିଆ ପଟକୁ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ଏକ ନୋଟିସରେ କୁହାଯାଇଛି। ତେବେ ପାସ୍‌ଧାରୀମାନଙ୍କୁ ଚାଇନାକୁ ଯିବା ପାଇଁ ଅନୁମତି ମିଳିବ କି ନାହିଁ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

Share