ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ ପ୍ରତିହତ କରିବା ଲାଗି ଆମେରିକା ସମେତ ୮ ଗଣତାନ୍ତ୍ରିକ ରାଷ୍ଟ୍ରର ବରିଷ୍ଠ ଆଇନପ୍ରଣେତାମାନେ ନୂଆ ମେଣ୍ଟ ଗଠନ କରିଛନ୍ତି। ଶୁକ୍ରବାର ଏହି ଇଣ୍ଟର-ପାର୍ଲାମେଣ୍ଟାରି ଆଲିଆନ୍ସ ଗଠନ କରାଯାଇଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଏବଂ କୂଟନୈତିକ ପ୍ରଭାବକୁ ପ୍ରତିହତ କରିବା ଲାଗି ଆମେରିକା ସମଭାବାପନ୍ନ ମେଣ୍ଟ ଗଠନ ଲାଗି ଉଦ୍ୟମ ଜାରି ରଖିଛି। ହଂକଂରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରିଥିବା ବେଜିଂକୁ ଆମେରିକା ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସମାଲୋଚନା କରାଯାଇଛି। ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନ ଲାଗୁ ହେବା ଫଳରେ ଏହି ସହରର ସ୍ବୟଂଶାସନ କ୍ଷମତା ପ୍ରତି ବିପଦ ସୃଷ୍ଟି ହୋଇଛି। ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ବିଭିନ୍ନ ପ୍ରସଙ୍ଗର ଗଠନମୂଳକ ତଥା ସମ୍ମିଳିତ ଜବାବ ଦେବା ମେଣ୍ଟ ଗଠନର ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ଏହି ନବଗଠିତ ମେଣ୍ଟରେ ଆମେରିକାର ରିପବ୍ଲିକାନ ସିନେଟର ମାର୍କୋ ରୁବିଓ, ଡେମୋକ୍ରାଟ୍‌ ବବ୍‌ ମେନେଣ୍ଡେଜ୍‌, ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକାଟାନି, ୟୁରୋପୀୟ ପାର୍ଲାମେଣ୍ଟର ବହିର୍ବ୍ୟାପାର କମିଟି ସଦସ୍ୟ ମିରିଆମ୍‌ ଲେକ୍ସମନ ଏବଂ ବ୍ରିଟେନ କଞ୍ଜରଭେଟିଭ୍‌ ଏମ୍‌ପି ଡୁନ୍‌କାନ୍‌ ସ୍ମିଥ୍‌ ସହଅଧ୍ୟକ୍ଷ ରହିଛନ୍ତି। ଚାଇନାର ହଂକଂ କାର୍ଯ୍ୟାନୁଷ୍ଠାନକୁ ରୁବିଓ କଡ଼ା ସମାଲୋଚନା କରିଛନ୍ତି। କମ୍ୟୁନିଷ୍ଟ ଶାସିତ ଚାଇନା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଛି ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ହଂକଂରେ ଦେଖାଦେଇଥିବା ସ୍ଥିତି ଚାଇନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବେଜିଂ ବାରମ୍ବାର କହିଆସୁଛି। ଦେଶର ବୃହତ ଅର୍ଥନୀତି ଓ କୂଟନୈତିକ ପ୍ରଭାବ ବୃଦ୍ଧି ବିଶ୍ୱ ପାଇଁ ଆଦୌ ବିପଦ ନୁହେଁ ବୋଲି ଚାଇନା କହିଛି। କେତେଜଣ ରାଜନେତା ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି। ସେମାନେ ସତ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କର ମୂଳ ନିୟମକୁ ସମ୍ମାନ ଦେବା ସହ ଶୀତଳ ଯୁଦ୍ଧ ମାନସିକତା ପରିତ୍ୟାଗ କରନ୍ତୁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ ବେଜିଂ ଠାରେ ଗଣମାଧ୍ୟମକୁ କହିଛନ୍ତି।
ଚାଇନା ବିରୋଧରେ ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସ୍ବିଡେନ, ନରଓ୍ବେ ସମେତ ୟୁରୋପୀୟ ପାର୍ଲାମେଣ୍ଟର ସଦସ୍ୟମାନେ ଏକାଠି ହୋଇଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଚାଇନାର ରଣନୀତିକ ମହତ୍ତ୍ୱାକାଂକ୍ଷାକୁ ଅତିକ୍ରମ କରିବାରେ ଗୁରୁତର ଅର୍ଥନୈତିକ କିମ୍ବା ରାଜନୈତିକ ପରିଣାମର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଚାଇନା ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଏହା ଏକ ଦୀର୍ଘ ଟ୍ରେଡ୍‌ ଓ୍ବାରରେ ପରିଣତ ହୋଇଛି, ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଥିବା କୁହାଯାଉଛି। ସେହିପରି ଚାଇନାରୁ ଆମେରିକାର ଖବରଦାତାଙ୍କୁ ତଡିଦିଆଯାଇଛି। କାନାଡାର ଦୁଇଜଣ ନାଗରିକଙ୍କୁ ବିନା ବିଚାରରେ ଚାଇନା ଅଟକ ରଖିଛି। ସେହିପରି ନରଓ୍ବେର ଚାଇନା ସହିତ ବାଣିଜି୍ୟକ ସମ୍ପର୍କ ଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri